ଲଡୁଗାଁରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁଠାରେ ଯାଦବ ସମିତି ଅନୁକୂଲ୍ୟରେ ଦୁଇଦିନ ଧରି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ଶୁକ୍ରବାର ମହିଳାମାନେ ୫୦୧ କଳସ ମୁଣ୍ଡାଇ ସ୍ଥାନୀୟ ମନଭଙ୍ଗ ସାଗରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ପରେ କଳସ ମୁଣ୍ଡାଇ ଏକ ଶୋଭାଯାତ୍ରାରେ ମାଝିପଡ଼ା ମାଉସୀ ମନ୍ଦିର ନିକଟସ୍ଥ ସୁସଜ୍ଜିତ ପୂଜାମଣ୍ଡପରେ ଜଳ ସ୍ଥାପନ କରାଯାଇଥିଲା। ରାତିରେ ପୂଜାର୍ଚ୍ଚନା ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୁରାଣ ପାଠ କରାଯାଇଥିଲା। ମଧ୍ୟରାତ୍ରିରେ କେକ୍ କାଟି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା।ଶନିବାର ସକାଳେ ଦହିହାଣ୍ଡି ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା। ନଗର ପରିକ୍ରମା ସମୟରେ ବାଜାବାଣା ସହ ଗୋପାଳମାନେ ‘ଜୟ ଶ୍ରୀକୃଷ୍ଣ’ ଧ୍ୱନି ଦେଇ କୀର୍ତ୍ତନର ତାଳେ ତାଳେ ନାଚି ନାଚି ଗାଁ ପରିକ୍ରମା କରିଥିଲେ। ପରେ ପୂଜାମଣ୍ଡପକୁ ଫେରି ଦହିହାଣ୍ଡି ଭଙ୍ଗାଯାଇଥିଲା ଓ ଉପସ୍ଥିତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।ପୂଜାକର୍ତ୍ତା ଭାବେ ଗିରିଧାରୀ ଜୁଏଡ଼ ଯାଦବ ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ। ମକରଧ୍ୱଜ ବଚ୍ଛାଯାଦବ, ଅଶ୍ୱିନ ରାଉତ ଯାଦବ, ଜିତୁ ବଚ୍ଛାଯାଦବ, ଋଷ୍ୟଶୃଙ୍ଗ ଜାଲଯାଦବ ମଦନ ବାଗଯାଦବ , ଅନିଲ ରାଉତଯାଦବ,ସୋନୁ ରାଉତ,ଯାଦବ ରାକେଶ ରାଉତ ଯାଦବ, ଭୁବନେ ରାଉତ ଯାଦବ ପ୍ରମୁଖ ସହଯୋଗ କରିଥିଲେ।ଅତିଥି ଭାବେ ଯୋଗୀନ୍ଦ୍ର ହଂସ ଯାଦବ, ସୁଧୀର ନାଗ ଯାଦବ, ଭଗବାନ ନାଗ ଯାଦବ, ରିକି ରାଉତ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଯାଦବ ସମାଜର କୁଳଦେବତା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଗୋପାଳ ଗୋଉଡୁଣୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.