ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଗୋଇଲକଣା ଗ୍ରାମ ନିକଟ ଏକ ବିଦ୍ୟୁତ୍ ଟାଓ୍ବାର ଉପରେ ଜଣେ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ ଯେ ଗୋଇଲକଣା ଗାଁ ନିକଟ ଦେଇ ଯାଇଥିବା ଏକ ବିଦ୍ୟୁତ୍ ଟାୱାର ଉପର କୁ କେହି ଅଜଣା ଯୁବକ ଚଢି ଟାୱାରା ଶିର୍ଷ ଭାଗରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛି । ମଙ୍ଗଳବାର ଦିନ ଅପରାହ୍ନରେ ଗୋଲକଣାର କିଛି ଯୁବକ ଟାୱାର ଉପରେ କେହି ରଶିରେ ଝୁଲୁଥିବା ଦେଖି ବିଷମକଟକ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ବିଷମକଟକ ପୋଲିସ ଏବଂ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଁଚିଥିଲେ । ଘଟଣା ଟି ୪ ରୁ ୫ ଦିନ ପୂର୍ବ ର ବୋଲି ପୋଲିସ ଅନୁମାନ କରୁଛି । ହାଇ ଭୋଲଟେଜ୍ ବିଦ୍ୟୁତ୍ ଯୋଗୁଁ ଶବଟି ସଂପୂର୍ଣ୍ଣ କଳା ହୋଇ ଯାଇଛି ।





