ବନ୍ୟା ପ୍ରଭାବିତ ପରିବାରଙ୍କ ପାଖରେ ପହଞ୍ଚିଲା ବିଜୁ ଜନତା ଦଳ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ବିଜେଡ଼ି ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ନିର୍ଦେଶକ୍ରମେ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାପତି ଡାକେ ଲହଜଳଙ୍କ ନେତୃତ୍ୱରେ ପର୍ଲା ଗ୍ରାମ ପଞ୍ଚାୟତ ଲଚିପୁର ପଟେଲ ପଡ଼ାରେ ଗଚ୍ଛ ପଡ଼ି ଘର ଭାଙ୍ଗି ଯାଇଥିବାରୁ ଧର୍ମଗଡ ବିଡିଓ, ଟାଟା ପାୱାର ଏସଡିଓ, ଆର ଡବ୍ଲୁ ଏସ ଏସ ଏସଡିଓଙ୍କୁ ନୂତନ ଘର, ଲାଇନ ପାଣି ଓ ରାସ୍ତାର ଶୀଘ୍ର ସମାଧାନ ପାଇଁ ଫୋନ ମାଧ୍ୟମରେ ଜଣାଇଥିଲେ। ଏହି ପ୍ରତିନିଧି ଦଳରେ ବିଜେଡି ବ୍ଲକ ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ବ୍ଲକ ଉପସଭାପତି ରତନ ନାଏକ, ଧର୍ମଗଡ଼ ନଗର ଉପ ସଭାପତି ରାଜେନ୍ଦ୍ର ଭୋଇ, ବରିଷ୍ଟ ସଦସ୍ୟ ସନ୍ତୋଷ କୁମାର ପାଢ଼ୀ, ଶୋଷିଆ ହାତୀ, ଗୟାରାମ ଖର୍ସେଲ, ମଧୁସୂଦନ ଗୋପଳ ଏବଂ ସନ୍ଧିକୁଲିହାରୀ ଗ୍ରା. ପ. ସରପଞ୍ଚ ଜଗତ ରାମ ବାଗ ପ୍ରମୁଖ ସନ୍ଧିକୁଲିହାରୀ ଗ୍ରାମର ବଢ଼ି ପାଣିରେ ବୁଡି ରହିଥିବା ଦୁଇଟି ପରିବାରକୁ ଭେଟି ଶୁଷ୍କ ଖାଦ୍ୟ ପ୍ରଦାନ କରିଥିଲେ। ଉକ୍ତ ଦୁଇଟି ପରିବାର ସନ୍ଧିକୁଲିଆରୀ ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.