ଆନ୍ତର୍ଜାତୀୟ ଫିଜିଓଥେରାପି ସମ୍ମେଳନରେ ପ୍ରତିନିଧିତ୍ଵ କଲେ ବାଲେଶ୍ୱରର ଡାକ୍ତର ହିତାର୍ଥ ଓ ଡାକ୍ତର ଦୁର୍ଗାଶଙ୍କର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀସ୍ଥିତ ୟଶୋଭୂମି କନଭେନସନ୍ ସେଣ୍ଟର ଠାରେ ‘ଦି ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟସ୍’ (ଆଇଏପି) ଆନୁକୂଲ୍ୟରେ ‘ୱାର୍ଲ୍ଡ ଫିଜିଓଥେରାପି ଏଡବ୍ଲ୍ୟୁପି ରିଜିଓନାଲ୍ କନଫରେନ୍ସ ୨୦୨୬’ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ତର୍ଜାତୀୟ ସମ୍ମେଳନରେ ବାଲେଶ୍ୱରରୁ ଦୁଇଜଣ ଫିଜିଓଥେରାପିଷ୍ଟ ଡାକ୍ତର ହିତାର୍ଥ ପଟ୍ଟନାୟକ ଓ ଡାକ୍ତର ଦୁର୍ଗାଶଙ୍କର ପତି ଡେଲିଗେଟ୍ ଭାବେ ଯୋଗ ଦେଇଛନ୍ତି।ଆଇଏପିର ୭୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମ୍ମେଳନରେ ଫିଜିଓଥେରାପି କ୍ଷେତ୍ରର ଭବିଷ୍ୟତ ଅଗ୍ରଗତି, ନୂତନ ଗବେଷଣା, କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଏବଂ ଡିଜିଟାଲ୍ ଫିଜିଓଥେରାପିର ପ୍ରୟୋଗ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ଏଥିସହ ‘ମେକିଂ ଇଣ୍ଡିଆ ପେନ୍-ଫ୍ରି’ ଅର୍ଥାତ୍ ‘ଭାରତକୁ ଯନ୍ତ୍ରଣାମୁକ୍ତ କରିବା’ ଲକ୍ଷ୍ୟକୁ ନେଇ ମଧ୍ୟ ବିଶେଷଜ୍ଞମାନେ ମତବିନିମୟ କରିଥିଲେ।ସମ୍ମେଳନରେ ଡାକ୍ତର ପଟ୍ଟନାୟକ ଓ ଡାକ୍ତର ପତି ସକ୍ରିୟ ଭାବେ ଅଂଶଗ୍ରହଣ କରି ଫିଜିଓଥେରାପି ଓ ଆଧୁନିକ ଚିକିତ୍ସା ପଦ୍ଧତିର ନୂତନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହୋଇଥିଲେ। ଆନ୍ତର୍ଜାତୀୟ ସ୍ତରର ଏହି ସମ୍ମେଳନରେ ବାଲେଶ୍ୱରରୁ ଦୁଇ ଡାକ୍ତରଙ୍କ ଯୋଗଦାନ ପାଇଁ ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.