ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ‘ମେରା ଯୁବ ଭାରତ’ ବାଲେଶ୍ୱର ଓ ସାମାଜିକ ସଂଗଠନ ‘ମୁନ କମ୍ୟୁନିକେସନ’ର ମିଳିତ ସହଯୋଗରେ ବିଭିନ୍ନ ଗ୍ରାମରେ ସେବା ପକ୍ଷ ପାଳିତ ହୋଇଯାଇଛି। ସଂଗଠନର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପର୍ଯାୟ କ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଇ ଥିଲା। ତପସୀ ଗ୍ରାମରେ ଅନୁଷ୍ଠିତ ମହିଳାମାନଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ସୁଶ୍ରୀ ପଙ୍କଜିନୀ ଦାସ, ଶ୍ରୀମତୀ ସବିତା ନାୟକ ଯୋଗ ଦେଇ ପରିବେଶ ପାଇଁ ବୃକ୍ଷରୋପଣ କରିବା ସହ ସବୁଜ ପୃଥିବୀ ପାଇଁ ବ୍ୟାପକ ଚାରା ରୋପଣ କରିବାକୁ ଶପଥ ପାଠ କରାଇଥିଲେ।
ଯୁବକମାନଙ୍କ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀ ପ୍ରଶାନ୍ତ କୁମାର ଦାସ ଯୋଗ ଦେଇଥିଲେ। ଗ୍ରାମୀଣ ସୁସ୍ଥ ପରିବେଶ ପାଇଁ ବିଭିନ୍ନ ଯୁବକ ସଂଘର ସଦସ୍ୟମାନଙ୍କ ଦ୍ୱାରା ଗୁଡ଼ୁ ଗ୍ରାମରେ ଜଳାଶୟରୁ ଦଳମୁକ୍ତ କରାଯାଇ ଥିଲା।

ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ବିଦ୍ୟାଳୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ରଣସାହି ସ୍ଥିତ ୟୁନିଅନ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସ, ସହକାରୀ ଶିକ୍ଷକ ଜୟନ୍ତ କୁମାର ଦାସ, କର୍ତ୍ତିକ ଜେନା, ପୂର୍ଣ୍ଣତୟା ପଣ୍ଡା ଯୋଗ ଦେଇ ସ୍ୱଚ୍ଛତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ବିଦ୍ୟାଳୟ ପରିସରରେ ଗଛ ରୋପଣ ସହ ଛାତ୍ରଛାତ୍ରୀ ମାନଙ୍କୁ ଏକକ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଲକ୍ଷ୍ମୀଧର ଜେନା ପରିଚାଳନା କରିଥିଲା ବେଳେ ଶ୍ରୀ ସୂର୍ଯ୍ୟକାନ୍ତ ନାୟକ,ଶ୍ରୀ ଅମ୍ବିକା ପ୍ରସାଦ ନାୟକ, ରଶ୍ମିତା ବେହେରା, ମୀରାମ୍ବିକା ଦାସ ପ୍ରମୁଖ ସହଯୋଗ କରିଥିଲେ।





