ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଙ୍କିତ ସିଂଘାଇ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଫକୀର ମୋହନ ଜଗତ, ସମ୍ପାଦକ କମଲ ଚରଣ ତାଣ୍ଡି, କଂଗ୍ରେସ ନେତା ଭୀଷ୍ମ ସୁନାନୀ ବହୁ କର୍ମୀ ଯୋଗ ଦେଇଥିଲେ। ନିର୍ବାଚନ କମିଶନ ଏବଂ ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ନିର୍ବାଚନ କମିଶନ ଓ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବୀ, ଏମ ଡି ଆର ଆଇ କୁ ପ୍ରତ୍ୟାହାର ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠି କରିଥିଲେ। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଲାଗୁ ହୋଇଥିବା ଏମ୍ ଡି ଆର ପ୍ରତ୍ୟାହାର ପାଇଁ ଦାବୀ କରିଛନ୍ତି। ୧୮ କୋଟି ନାଗରିକଙ୍କୁ ତାଙ୍କ ଗଣତାନ୍ତ୍ରିକ ଅଧିକାର ରୁ ବଞ୍ଚିତ କରିଥିବା ରୁ ମୁଖ୍ୟ ନିର୍ବାଚନ କମିଶନ ଙ୍କୁ ଇସ୍ତଫା ଦାବୀ, ପାଠ୍ୟ ପୁସ୍ତକରେ ଅନେକ ତ୍ରୁଟି ପାଇଁ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି। ସେହିପରଏମ ଡି ଆର ଆଇ କୁ ସଶୋଧନ ପାଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆସନ୍ତା ୮ ତାରିଖ ଦିନ ହେବାକୁ ଥିବା ଇଣ୍ଡିଆ ଗଠବନ୍ଧନ ଦିଆ ଯାଇଥିବା ଓଡ଼ିଶା ବନ୍ଦ ଡାକରା କୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଏହି ବନ୍ଦ ପାଳନ ରେ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସରକାରୀ ବେ ସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ, ଯାନବାହନ ଚଲା ଚାଲ ବନ୍ଦ ରହିବ। ଶାନ୍ତି ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା କଂଗ୍ରେସ କମିଟି ଆହ୍ୱାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.