ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଅଧିନସ୍ଥ ନର୍ଲାରୋଡ ର ବହୁ ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜା ୧୦ ତାରିଖ ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଶନିବାର ପୀଠରେ ଅନୁଷ୍ଠିତ ହୋଇଛି ସପ୍ତମୀ ପୂଜା। ପ୍ରତ୍ୟହ ମୁଖ୍ୟ ଆକର୍ଷଣ ରହୁଛି ସାନ୍ଧ୍ୟ ଆଳତି। ପୂଜା ପରିଚାଳନା କମିଟିର ସଭାପତି ବିମଳ କୁମାର କେଡିଆ ଓ ସାଧାରଣ ସମ୍ପାଦକ ରାଜା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଅନୁଷ୍ଠିତ ହେଉଛି। ୨୦ ତାରିଖ ବିଜୟା ଦଶମୀ। ଭବ୍ୟ ଭାବରେ ଅନୁଷ୍ଠିତ ହେବ ରାବଣ ପୋଡ଼ି ବୋଲି କମିଟି ସୂତ୍ରରୁ ଜଣା ପଡିଛି। ଗତ ତିନି ବର୍ଷ ହେଲା ସ୍ଥାୟୀ ଦୁର୍ଗା ମନ୍ଦିର ହେବାଠାରୁ ମୂର୍ତ୍ତି ପୂଜା ଅନୁଷ୍ଠିତ ହେଉନି।
ସ୍ଥାୟୀ ଦୁର୍ଗା ମୂର୍ତ୍ତି ପୂଜା ସହିତ ମନ୍ଦିର ପାର୍ଶ୍ୱରେ ସ୍ଥିତ ଯଜ୍ଞ ମଣ୍ଡପ ରେ ମା ଦୁର୍ଗାଙ୍କ ଫଟୋ ରଖି ଚାଲିଛି ନବରାତ୍ରୀ ପୂଜା। ଅନୁଷ୍ଠିତ ହେଉଛି ଯଜ୍ଞ।ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ମନୋଜ କୁମାର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ରେଖା ଅଗ୍ରୱାଲ ଦାୟୀତ୍ୱରେ ରହି ପୂଜା ସମ୍ପାଦନ କରୁଥିବା ଜଣାପଡିଛି। ପୂଜକ ଭାବରେ ପୁରୀରୁ ଆସିଥିବା ପଣ୍ଡିତ କୃପାସିନ୍ଧୁ ରଥ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସହଯୋଗୀ ଭାବରେ ଉମାଶଙ୍କର ରଥ, ମନୋରଞ୍ଜନ ଷଢଙ୍ଗୀ ଓ ଗଣେଶ ଦାସ ପ୍ରମୁଖ ପୂଜନ କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।

ସଭାପତି ବିମଲ କୁମାର କେଡିଆ, ଉପସଭାପତି ହମେଶ କୁମାର ଜୈନ, ସାଧାରଣ ସମ୍ପାଦକ ରାଜା ପରିଡା, ଯୁଗ୍ମ ସମ୍ପାଦକ ଅମର ରାଉତ, ନାରାୟଣ ମାଝୀ ଓ ଓମ୍ ପ୍ରକାଶ ପୁଝାରୀ, କୋଷାଧ୍ୟକ୍ଷ ବାବୁଲା ରାଉତ ଓ ବିନାୟକ ମହନ୍ତ, ସଦସ୍ୟ ସଂକୀର୍ତ୍ତନ ପଧାନ, ତୀର୍ଥ ବୁଦ୍ଧିଆ, କାହ୍ନୁ ମାଝୀ, ନିକୁଞ୍ଜ ଓଝା, କିଶୋର ନାଏକ,ଆଶିଷ ରାଉତ, ରାଜା ଗଉଡ, ମନୋଜ ଅଗ୍ରୱାଲ, ବୁଲୁ ମିଶ୍ର, ସୁବୋଧ ନାଏକ, ଦୀପକ ଜେଠୁଆ, ପପା ସାମଲ, ସୋନୁ ଶବର, ରାଜିନ ସାହୁ, ଅନୀଲ ମିଶ୍ର ପ୍ରମୁଖ କମିଟି ସଦସ୍ୟ ନବରାତ୍ରୀ ପୂଜା ପରିଚାଳନା କରୁଛନ୍ତି। ନବରାତ୍ରୀ ଦୁର୍ଗାପୂଜା ପାଇଁ ଗତ ଶନିବାର ୧୦ ତାରିଖରେ ଅପରାହ୍ନ ୪ ଟା ବେଳେ ସ୍ଥାନୀୟ ସାନ୍ଦୁଲ ନଈ ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ କଳସ ଆଣି ପୀଠରେ ସ୍ଥାପନା କରିଥିଲେ। ଏହାପରେ ବେଲ ବରଣ ଓ ରାତିରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ ଭଣ୍ଡାର ଗୃହ ଦାୟୀତ୍ୱ ଓ କୃଷ୍ଣ ଚନ୍ଦ୍ର ପୋଢ଼ ପାକଶାଳା ଦାୟୀତ୍ୱରେ ରହିଥିବା ଜଣାପଡ଼ିଛି।

ଚଳିତ ବର୍ଷର ଦଶହରା ପୂଜା ସମୟରେ ପାଣିପାଗ ବିଭାଗ ତରଫରୁ ଘୋଷିତ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ବିଶେଷ ମନୋରଞ୍ଜନର କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ। ନବରାତ୍ରୀ ପୂଜା କେମିତି ଭଲ ଭାବରେ ହେବ ସେଇଟାକୁ ଆମେ ବିଶେଷ ଗୁରୁତ୍ୱ ଦେଇଛୁ। ପୂଜା କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ଭାବରେ ଚାଲିଛି। ଅଞ୍ଚଳ ବାସୀ ମାଆ ଙ୍କ ନବରାତ୍ରୀ ପୂଜାରେ ଅଧିକ ରୁ ଅଧିକ ସଂଖ୍ୟାରେ ସାମିଲ ହୋଇ କୃପା ଲାଭ କରନ୍ତୁ ବୋଲି କମିଟି ତରଫରୁ ଅନୁରୋଧ କରିଛନ୍ତି ସଭାପତି ଶ୍ରୀ କେଡିଆ ଓ ସାଧାରଣ ସମ୍ପାଦକ ଶ୍ରୀ ପରିଡ଼ା।





