ଯୁଗଯାତ୍ରୀ ସାହିତ୍ୟ ସଂସଦ ଓ କଳାହାଣ୍ଡି ଯୁବ ଲେଖକ ସମାବେଶର ନୂଆଖାଇ ଭେଟ୍

ସାହିିତ୍ୟ ଏକତାର ମନ୍ତ୍ର ଦେଉ

ମ.ରାମପୁର,୧୪/୯ : କଳାହାଣ୍ଡିର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ଓ କଳାହାଣ୍ଡି ଯୁବ ଲେଖକ ସମାବେଶର ମିଳିତ ଆନୁକୁଲ୍ୟରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାଗୃହରେ ଆଜି (ଶନିବାର) ନୂଆଖାଇ ଭେଟ୍ ମହାସମାରୋହରେ ପାଳିତ ହେଇଯାଇଛି । ଏଥିରେ ଅତିଥିମାନେ ଯୋଗଦେଇ ସାହିତ୍ୟ ଏକତାର ମନ୍ତ୍ର ଦେଉ ଏବଂ ନୂଆଖାଇକୁ ପଶ୍ଚିମ ଓଡ଼ିଶାର ନୁହେଁ ଓଡ଼ିଶାର ମହାନ ପର୍ବ ଭାବରେ ପରିଗଣିତ ହେଉ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ସମାରୋହରେ ମୁଖ୍ୟ ଅତିଥିଭାବରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା, ମୁଖ୍ୟ ବକ୍ତା ଭାବରେ ହରଗୌରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ ଯୋଗଦେଇଥିବାବେଳେ ସଭାପତିତ୍ୱ କରିଥିଲେ ଯୁଗଯାତ୍ରୀର ସଭାପତି ପଦ୍ମ ଲୋଚନ ମିଶ୍ର ।

ପ୍ରାରମ୍ଭରେ ଅତିଥିମାନେ ମାଁ ସରସ୍ୱତୀଙ୍କ ପ୍ରତିକୃତିରେ ଦୀପ ପ୍ରଜ୍ୱଳନ କରିଥିବାବେଳେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଯୁଗଯାତ୍ରୀର ସଂପାଦକ ହେମନ୍ତ ସାହୁ । କଳାହାଣ୍ଡି ଯୁବ ଲେଖବ ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଯୁବ ଲେଖକ ସମାବେଶର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ କବିତା ଏବଂ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆସରକୁ ସଂଯୋଜନା କରିଥିଲେ କବୟିତ୍ରୀ ସରସ୍ୱତୀ ମିଶ୍ର ଏବଂ ଯୁବ ଗାଳ୍ପିକ ଡ଼ିଲେଶ୍ୱର ରଣା । ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଏବଂ ଶିବ ପ୍ରସାଦ ମହାରଣା ଗଳ୍ପ ପାଠ କରିଥିବାବେଳେ ବରିଷ୍ଠ କବି ଘାସିରାମ ମିଶ୍ର, ଉଦୟ ନାୟକ, ହୃଦାନନ୍ଦ ସାହୁ, ଲିପ୍ସାମୟୀ ଦୁବେ, କାହ୍ନୁଚରଣ ସାହୁ, ନରେଶ କୁମାର ସାହୁ, ପୀତାମ୍ବର ସାହୁ, ବିଶ୍ୱନାଥ ସାହୁ, ନରୋତ୍ତମ ପାତ୍ର,

ମାନସ ରଂଜନ ପ୍ରହରାଜ,ନଯୋଗୀମତ ଜାଲ, କୀର୍ତ୍ତନ ଘିଭେଲା, କର୍ଣ୍ଣ ଗହୀର, ପ୍ରଶାନ୍ତ କୁମାର ଦାଶ, ମଧୁସୂଦନ ସିଂ, ଅରୁଣ ପ୍ରଧାନୀ, ପୀତାମ୍ବର ଗୌଡ଼, ହିମାଂଚଳ ସାହୁ, ରାମେଶ୍ୱର ପ୍ରସାଦ ସାହୁ, ତପନ କୁମାର ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବାବେଳେ କଳାକାର ଓମ୍ ପ୍ରକାଶ ମାଝୀ ମିମିକ୍ରି କରି ସାହିତ୍ୟ ଆସରକୁ ଆହୁରୀ ସରସ ଓ ସୁନ୍ଦର କରିଥିଲେ ।

ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବତନ ସଂପାଦକ ପରମାନନ୍ଦ ବିଶି । ଅନ୍ୟମାନଙ୍କ ମଧ୍ୟରେ ସହ ସଂପାଦକ ପବନ କୁମାର ମହାଲିକ, ସାଂସ୍କୃତିକ ସଂପାଦକ ସୁଶାନ୍ତ ମିଶ୍ର, କୋଷାଧ୍ୟକ୍ଷ ଉଦୟ ନାୟକ ଙ୍କ ସମେତ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ଦିବାକର ସାହୁ, ସଂଯୁକ୍ତା ପୁରୋହିତ, ସତ୍ୟଜିତ ଚାଟାର୍ଜି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.