ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୟା ଦଶମୀ ଦିନ ଭବ୍ୟ ଭାବରେ ନର୍ଲା ଥାନା ମଧ୍ୟରେ ଆଇଆଇସି କୈବଲ୍ୟ ସେଠଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଦୁର୍ଗାପୂଜା। ତେବେ ଶୁକ୍ରବାର ସନ୍ଧ୍ୟା ସମୟରେ ନର୍ଲା ଥାନା ପରିସରରେ ଆଇଆଇସି ଶ୍ରୀ ସେଠ ଆୟୋଜନ କରିଥିଲେ ଶାରଦୀୟ ବନ୍ଧୁ ମିଳନ ର କାର୍ଯ୍ୟକ୍ରମ। ଏଥିରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ଯୁବନେତା ସମୀର ଚାନ୍ଦ, ଦୀପୁ ପାତ୍ର, ଇଲେକ୍ଟ୍ରୀ ଏସଡିଓ କମଲେଶ ପ୍ରଧାନ, ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀୟା, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ବାଗପୁର ସରପଞ୍ଚ ଗୋପାଳ ହାତୀ, ମାଣ୍ଡେଲ ସରପଞ୍ଚ ସୁଧାଙ୍ଗନା ନାଏକ, ରୁପ୍ରା ସରପଞ୍ଚ ଡଲି ବେହେରା, ଯୁବନେତା ବିଜୟ ବୁଦ୍ଧିଆ, ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ, ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର କର୍ମଚାରୀଙ୍କ ସମେତ ଅନେକ ଲୋକ ପ୍ରତିନିଧି, ସାମ୍ବାଦିକ, ବୁଦ୍ଧିଜୀବୀ ମାନେ, ଅନେକ ସରପଞ୍ଚ ଓ ସମିତି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଗରୁ ମଧ୍ୟ ନର୍ଲା ଥାନାରେ ଦଶହରା ପୂଜା ହୋଇ ଆସୁଥିଲା। ହେଲେ ଏଭଳି ଭବ୍ୟ ଭାବରେ ଦଶହରା ପୂଜା ସହ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରଥମ ଥର ହୋଇଛି। ନର୍ଲା ଆଇଆଇସି କୈବଲ୍ୟ ସେଠଙ୍କ ନେତୃତ୍ୱରେ ଏସ ଆଇ ଦୀପ୍ତିକାନ୍ତ ବାରିକ, ଏଏସଆଇ ପ୍ରଦୀପ ସେଠୀ, ଅବନୀ କୁମାର ଖୁରା, ବୀରେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଅନେକ ଯୋଶ ଓ ଉତ୍ସାହରେ ସମସ୍ତ ଅତିଥିଙ୍କୁ ସ୍ବାଗତ କରି ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆଇଆଇସି ଶ୍ରୀ ସେଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୋଲିସର ଜନ ସମ୍ପର୍କ ବୃଦ୍ଧି, ଅଞ୍ଚଳରେ ଅପରାଧ କମେଇବା, ଲୋକଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଆଇଆଇସି ଶ୍ରୀ ସେଠ ମତବ୍ୟକ୍ତ କରିଛନ୍ତି।





