ବାତ୍ୟା ଅର୍ଣ୍ଣାବକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସମ୍ଭାବ୍ୟ ବାତ୍ଯା ଅଣ୍ଣବକୁ ନେଇ ବେଶ୍ ସଜାଗ ରହିଛି ରାୟଗଡା ଜିଲ୍ଲା ପ୍ରଶାସନ। ଏସ୍ଆରସି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷ୍ଯତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଲଗାଣ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବ୍କର ବିଡିଓ ଓ ତହସିଲଦାର ଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ୮୪ଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ଲ୍ୟାଣ୍ଡଫୋଲ୍ ପୂର୍ବରୁ ସମସ୍ତ ପ୍ରଭାବିତ ଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଭୁଷ୍କଳନ ଘଟୁଥିବା ୧୧ଟି ସ୍ଥାନକୁ ଚିହ୍ନଟ କରାଯାଇ ସେହି ସ୍ଥାନ ମାନଙ୍କ ପ୍ରତି ସତର୍କ ରହିବାକୁ କ୍ଷେତ୍ର ଅଧିକାରୀଙ୍କୁ କୁହାଯାଇଛି। ଜିଲ୍ଲାର ଗୁଣପୁର ରେ ଦୁଇଟି ଓଡ୍ରାଫ୍ ଟିମ୍ ରହିଥିବା ସମୟରେ ସେମାନଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତ୍ତୟନ କରାଯିବା ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି। ସେହିପରି ରବିବାର ସଂନ୍ଧ୍ୟା ସୁଦ୍ଧା ଏନଡିଆରଏଫ୍ ର ଏକ ଟିମ୍ ରାୟଗଡାରେ ପହଞ୍ଚିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ସୂଚନା ଦେଇଛନ୍ତି। ତେବେ ରାୟଗଡା ଜିଲ୍ଲାକୁ ମଧ୍ଯ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ଯେଉଁ ମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ଯରେ ଯୋଗଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.