ପୁରୁଷୋତ୍ତମପୁର ବ୍ଳକର ୬ ଗୋଟି ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ପରଖିଲେ ତହସିଲଦାର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକରେ ବାତ୍ୟା ଅର୍ଣ୍ଣବର ପ୍ରଭାବ ନିମନ୍ତେ ବ୍ଲକରେ ଥିବା ୬ଗୋଟି ବନ୍ୟା ଆଶ୍ରୟସ୍ଥଳୀକୁ ଯାଇ ତାର ସ୍ଥିତି ପରଖିଛନ୍ତି  ତହସିଲଦାର । କଚା ଘରେ ଥିବା ଲୋକମାନଙ୍କୁ ଏବଂ ଗୃହ ପାଳିତ ପଶୁ ମାନଙ୍କୁ ଏଠାରେ ସୁରକ୍ଷିତ ରଖିବା ପାଇଁ ବ୍ଳକ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରା ଯିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଦେବାର ପ୍ରଶାସନ ଦ୍ୱାରା କରାଯାଇଛି । କୌଣସି ଲୋକ ବର୍ଷା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟିରେ ଯେପରି ଉପକୃତ ହେବେ ସେଥିପାଇଁ ସମସ୍ତ ମୁକାବିଲା ନିମନ୍ତେ ଫାୟାର ଠାରୁ ପୋଲିସ ଓ ବ୍ଳକ ଏବଂ ତହସିଲ ଷ୍ଟାଫ ପ୍ରସ୍ତୁତ ଥିବାର କହିଛନ୍ତି ତହସିଲଦାର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.