କୁଶୁର୍ଲାରେ ଭାଗବତ ଜନ୍ମୋତ୍ସବ

କଳାହାଣ୍ଡି,୧୫/୯ : ଉତ୍କଳିୟ ଗ୍ରାମୀଣ ସଂସ୍କୃତିର ଜନ ଜୀବନରେ ଭାଗବତର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । ସନାତନ ଧର୍ମର ଏକ ପବିତ୍ର ଗ୍ରନ୍ଥ ଭାବେ ଭାଗବତ ମାନବ ସମାଜକୁ ଦିଗ୍ ଦର୍ଶନ ପ୍ରଦାନ କରି ଆସିଛି । ଭାଦ୍ର ପୂର୍ଣ୍ଣିମା ଦିନ ଭାଗବତ ଜନ୍ମ ପାଳନ କରାଯାଏ । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲାରେ ଭଗବତ ଜନ୍ମ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦିବସ ବ୍ୟାପି ଭାଗବତ ପଠନ ହୋଇଥିଲା। ସଭାପତି ଥବିର ସାହୁ ସମ୍ପାଦକ ଅରୁଣ କୁମାର ବେହେରା, ମଧୁର ସାହୁ, ଟୁକୁରାମ ସାହୁ, ଅନିରୁଦ୍ଧ ସାହୁ ପ୍ରମୁଖ ସହଯୋଗ କରିଥିଲେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.