ମଦନପୁର ରାମପୁରରେ ଏକତା ଦିବସ ପାଳନ ଓ ଆଇନ ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାତୀୟ ଆଇନ ପ୍ରାଧିକରଣ ଓ ତାଲୁକ୍ ଆଇନ ସେବା ସମିତି ତରଫରୁ ଗିରିଗୋବର୍ଦ୍ଧନ ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାରପତି ତଥା ତାଲୁକ୍ ଆଇନ ସେବା ସମିତି ର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ଦାସଙ୍କ ଅଧ୍ୟକ୍ଷତା ରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମଦନପୁର ରାମପୁର କୋର୍ଟ ର ବରିଷ୍ଠ ଓକିଲ ଯତୀନ କୁମାର ସାହୁ, ସତ୍ୟଜିତ ଚାଟାର୍ଜୀ, ସତ୍ୟନାରାୟଣ ସାହୁ, ପି ଏଲ ଭି କୁନୁ ଛତ୍ରିଆ, ସମାଜସେବୀ ତଥା ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଆଜିର ଦିବସ ର ତାତ୍ପର୍ଯ୍ୟ ବିଷୟରେ ଓ ଆଇନ ସହାୟତା ବିଷୟ ରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ସଚେତନ କରିଥିଲେ। କ୍ରୀଡା ଶିକ୍ଷକ ସଂଯୋଜନା କରିଥିବା ବେଳେ କୋର୍ଟ ର ତରୁଣ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ବିଦ୍ୟାଳୟ ର ଷ୍ଟାଫ୍ ଓ କୋର୍ଟ ର ଷ୍ଟାଫ୍ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.