ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଏବଂ ଆପୋଲୋ ହସ୍ପିଟାଲର ମିଳିତ ସହଯୋଗରେ ଲେଡିଜ୍ ହଷ୍ଟେଲ ନମ୍ବର ୬ ଓ ୭ରେ ଦୁଇଦିନିଆ ସ୍ୱାସ୍ଥ୍ୟ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆରମ୍ଭ ହୋଇଛି। ନଭେମ୍ବର ୪ ଓ ୫ ତାରିଖରେ ଆୟୋଜିତ ଏହି ଶିବିରରେ ଆପୋଲୋ ହସ୍ପିଟାଲର ପାଞ୍ଚଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ସହ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏହି ଅବସରରେ ପୌଷ୍ଟିକ ଆହାର, ସ୍ୱାସ୍ଥ୍ୟକର ଜୀବନଶୈଳୀ, ସ୍ୱଚ୍ଛତା ଓ ରୋଗ ପ୍ରତିରୋଧକ ବ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନେ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରୁଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟ ଶିବିର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ। ଏଥିସହ ଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.