ହଳଦୀପଦା ବସ୍ ଦୁର୍ଘଟଣା: ଆହତଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିଜେଡି ନେତା

ରେମୁଣା ମେଡିକାଲ କଲେଜ ଓ ବଡ଼ ମେଡିକାଲ ପରିଦର୍ଶନ; ଆହତଙ୍କ ପରିବାର ସହ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ହଳଦୀପଦା ଠାରେ ଆଜି ସନ୍ଧ୍ୟାରେ ଘଟିଥିବା ବସ୍ ଦୁର୍ଘଟଣା ପରେ ଆହତମାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧି ଦଳ ରେମୁଣା ମେଡିକାଲ କଲେଜ ଓ ବଡ଼ ମେଡିକାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ନେତାମାନେ ଚିକିତ୍ସାଧୀନ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା, ଚିକିତ୍ସା ବ୍ୟବସ୍ଥା ଓ ସେମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ଆହତଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ଟାଉନ ବିଜେଡି ସଭାପତି ମନୋଜ କୁମାର ରାଉତ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ରେମୁଣା ଏନ୍‌ଏସି ଉପାଧ୍ୟକ୍ଷ ଆୟେସାନ ଖାନ, ମାଇନରିଟି ସେଲ୍‌ର ରାଜ୍ୟ ସମ୍ପାଦକ ଶେଖ୍ ଆୟୁବ, ଟାଉନ ଉପସଭାପତି ସଞ୍ଜୟ ବେହେରା, ଯୁବ କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ ଓ ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.