ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରାଙ୍କ ଉଦେଶ୍ୟରେ କୋକସରା ବ୍ଲକ ଆମପାଣିଠାରେ ଗୁରୁବାର ଶୋକସଭା ଅନୁଷ୍ଠିତ ହୋଇଛି।ଶୋକସଭାରେ ରୁତୁ ରାଜ ମାଝୀ, ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଭାସ୍କର ରାଓ, ଦୟାନିଧି ବାଗ, ରାଜୁ ପଟେଲ, ରହସ୍ୟ ବାଗ, ବିଜୟ କୁମାର ପଣ୍ଡା, ମନୋରଞ୍ଜନ ବାଣୁଆ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଦିବଙ୍ଗତ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ। ସେ ଏକାଧାରରେ ଜଣେ ରାଜନେତା, ସାହିତ୍ୟିକ, କ୍ରୀଡା ସଂଗଠକ, ସାମ୍ବାଦିକ ଓ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ।





