ଗୋବର୍ଦ୍ଧନପୁର କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା-୨୦୨୬ 

୧୮ଟି ବିଦ୍ୟାଳୟର ୫୮ଟି ପ୍ରକଳ୍ପ ପ୍ରଦର୍ଶିତ; ଲାଞ୍ଜିଗଡ଼ ବ୍ଲକର ଅନ୍ୟ କ୍ଲଷ୍ଟର ପାଇଁ ସାଜିଲା ପ୍ରେରଣାର ଉତ୍ସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୋବର୍ଦ୍ଧନପୁର କ୍ଲଷ୍ଟର ଅନ୍ତର୍ଗତ ଜାମଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ବିଜ୍ଞାନ ମେଳା-୨୦୨୬’ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁମାର ଗୌରବ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଏବଂ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ପଧାନଙ୍କ ଅଧ୍ୟକ୍ଷତାରେ ଏହି ମେଳା ଆୟୋଜିତ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ହୃଷୀକେଶ ନାଏକ ଯୋଗଦେଇ ମେଳାର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ଭିତରେ ବୈଜ୍ଞାନିକ ମନୋଭାବ ଗଢ଼ି ତୋଳିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ରୁଷିଆ ମେହେର ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ଆଗାମୀ ଦିନରେ ଆହୁରି ନୂତନ ଉଦ୍ଭାବନ କରିବା ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ କଦମଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁଲା ହରିଜନ ଏବଂ ଭୁର୍ତ୍ତିଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳାମ୍ବର ସରାଫ ଉପସ୍ଥିତ ଥିଲେ।

ମେଳାରେ କ୍ଲଷ୍ଟର ଅନ୍ତର୍ଗତ ୧୮ଟି ବିଦ୍ୟାଳୟରୁ ମୋଟ ୫୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିମଧ୍ୟରୁ କେବଳ ଜାମଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧୬ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିନବ ଚିନ୍ତାଧାରା, ବୈଜ୍ଞାନିକ ଜ୍ଞାନ ଓ କାରିଗରୀ ଦକ୍ଷତାର ପରିଚୟ ଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମେହେର ଗୋବର୍ଦ୍ଧନପୁର କ୍ଲଷ୍ଟରର ଏହି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଲାଞ୍ଜିଗଡ଼ ବ୍ଲକର ଅନ୍ୟ କ୍ଲଷ୍ଟରଗୁଡ଼ିକ ପାଇଁ ଏକ ପ୍ରେରଣାର ଉତ୍ସ ହେବ ବୋଲି ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ଗୋବର୍ଦ୍ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ସୁଚାରୁ ରୂପେ ପରିଚାଳନା କରିଥିଲେ। ଜାମଗୁଡ଼ା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁରେଶ କୁମାର ମହାରଣା ବିଶେଷ ସହଯୋଗ କରିଥିଲେ।ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଓ ବିଚାର କାର୍ଯ୍ୟରେ ବିଚାରକ ଭାବେ ନୀଳାମ୍ବର ସରାଫ, ଜିତେନ୍ଦ୍ର କୁମାର ସିଂ,ବଦ୍ରି ନାରାୟଣ ନାଗ ଓ ରଞ୍ଜନ କୁମାର ବୁଦ୍ଧିଆ ଦାୟିତ୍ୱ ନିର୍ବାହ କରିଥିଲେ।

ଏହି ମେଳାର ସଫଳ ଆୟୋଜନରେ ଶିକ୍ଷକ ଗଜାନନ ଛତ୍ରିଆ, ଗୁଣନିଧି ଛତ୍ରିଆ, ଭୋଦେବ ନିଆଲ, ଦଇତାରୀ ମାଝୀ, ଧନୁ ନାୟକ, ଆଇ.ଏ.ଏମ୍.ପି. ତିର୍କୀ, ରିଙ୍କୁ ମଲ୍ଲିକ, ଚିନ୍ତାମଣି ବିଶ୍ୱାଳ, ଶରତ ଚନ୍ଦ୍ର ସାହାଣୀ,ସୁରେନ୍ଦ୍ର ବିଶ୍ୱାଳ, ସୁଶାନ୍ତ ବାରିକ, ସମୀର କୁମାର ପୂଝାରୀ, ଦେବାଶିଷ ଗୌଡ଼, ଜଳନ୍ଧର ହିଆଲ, ହେମନ୍ତ ମାଝୀ,ମାନସ ରଞ୍ଜନ ଦୀପ, ଶ୍ରୀକୃଷ୍ଣ ଖମାରୀ, ପ୍ରକାଶ ପ୍ରଧାନ, ସନ୍ତୋଷ ପାତ୍ର, ଗାୟତ୍ରୀ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, କୁନ୍ଦଜା ବାରିକ, ହରିପ୍ରିୟା ବିଶ୍ୱାଳ ଓ ସୁଚିସ୍ମିତା ବେହେରାଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ବିଶେଷ କରି କୌଣସି ସରକାରୀ ଅନୁଦାନ ନ ଥାଇ କେବଳ ବିଜ୍ଞାନ ଶିକ୍ଷକଙ୍କ ନିଷ୍ଠାପର ଉଦ୍ୟମ ଓ ଶିକ୍ଷକମହଲର ସହଭାଗିତାରେ ଏଭଳି ଏକ ବଡ଼ ଧରଣର କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିବାରୁ ଏହା ସ୍ଥାନୀୟ ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସର୍ବତ୍ର ପ୍ରଶଂସା ସାଉଁଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.