ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ରୂପେଶ କୁମାର ମେହେର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ହାତୀବନ୍ଧାର ବିଜ୍ଞାନ ଶିକ୍ଷକ  ରୂପେଶ କୁମାର ମେହେର ଲଗାତାର ଦ୍ୱିତୀୟ ଥର ନିଜ ଶିକ୍ଷାଦାନ ଏବଂ ସଫଳତା ପାଇଁ ସୁନାମ ଅର୍ଜନ କରିଛନ୍ତି। ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ତାଙ୍କୁ ଗଣିତ ବିଷୟରେ ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ କରାଯାଇଛି।ଶିକ୍ଷକ ମେହେର ଲଗାତାର ଦ୍ୱିତୀୟ ବର୍ଷ ଧରି ଏହି ସମ୍ମାନଜନକ ପୁରସ୍କାର ପାଇବାର ଗୌରବ ହାସଲ କରିଛନ୍ତି। ପୂର୍ବରୁ ୨୦୨୪-୨୫ ଶିକ୍ଷାବର୍ଷରେ ନିଜର ଅତୁଳନୀୟ ଶିକ୍ଷାଦାନ ଓ ଅବଦାନ ପାଇଁ ମନୋନୀତ  ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଥିଲେ ।ଶିକ୍ଷକ ମେହେରଙ୍କ ଏହି ସଫଳତା ପାଇଁ ସିନାପାଲି ବ୍ଲକ, ସରକାରୀ ଉଚ୍ଚ ବିଦ୍ୟାଳୟ ହତିବନ୍ଧାର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ଏବଂ ନୂଆପଡ଼ା ଜିଲାର ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.