ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ଲାଖବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏହି ବିଦ୍ୟାଳୟ ଳରେ ୧୧୫ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି। ଏହି ବିଦ୍ୟାଳୟରେ ଆଗରୁ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ରହିଥିବା ବେଳେ ବର୍ତ୍ତମାନ ୧୧୫ ଜଣ ଛାତ୍ର ଛାତ୍ରୀ ରେ ଜଣେ ଶିକ୍ଷକ ରହିଛନ୍ତି। ଅନ୍ୟପଟେ ଭିତ୍ତିଭୂମି ନ ଥିବାରୁ ଗୋଟିଏ ଶ୍ରେଣୀ ଗୃହ ରେ ୧୧୫ ଜଣ ଛାତ୍ର ଛାତ୍ରୀ ପାଠ ପଡୁଥିବା ସହିତ ବାରଣ୍ଡାରେ ପଡୁଥିବା ଦେଖିବାକୁ ମିଳିଛି। ଏ ନେଇ ଗତ ତା ୨୭/୧୦/୨୦୨୬ ରିଖ ରେ ଅଭିଭାବକ ଏବଂ ଏସ୍ ଏମ୍ ସି ସଦସ୍ୟ ମାନେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଲିଖିତ ଅଭିଯୋଗ ଦେଇଥିବ ବେଳେ ଶିକ୍ଷକ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ଯାଏଁ ସମାଧାନ ହୋଇପାରି ନାହିଁ। ତୁରନ୍ତ ଶିକ୍ଷକ ପଦବୀ ପୁରଣ ସହ ସମସ୍ତ ମୌଳିକ ଯୋଗାଇଦେବା ଦାବି ରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ ତଥା ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ଶିକ୍ଷକ ପୁରଣ ସହିତ ବିଦ୍ୟାଳୟର ମୈଲିକ ସମସ୍ୟା କରାଯିବା ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ।





