ସବୁଜାଣି ପ୍ରଶାସନ ଅଜଣା, ବଢୁଛି ଜନ ଅସନ୍ତୋଷ
କେସିଙ୍ଗା,୧୭/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ସିର୍ଜାପାଲି – ପିପଲପଦର ଗ୍ରାମ ଦେଇ ସଂଯୋଗ କରୁଥିବା ରାସ୍ତା ଗତ ଲଗାଣ ବର୍ଷାରେ ଧୋଇ ଅନେକ ସ୍ଥାନରେ ବିଛିନ୍ନ ହୋଇଯାଇଛି । ରାସ୍ତା ଉପରେ ଥିବା ପୋଳ ଭାଙ୍ଗିଯିଇଛି ତ କେଉଠି ରାସ୍ତା ଉପରେ ଗଭିର ଗଭିର ଗର୍ତ୍ତ ସୃଷ୍ଟି ହୋଇଛି ।
ପାଦେ ପାଦେ ବିପଦ, କିନ୍ତୁ ଏହି ରାସ୍ତାଦେଇ ଯିବାକୁ ବାଦ୍ଧ୍ୟ ହେଉଛନ୍ତି ସ୍କୁଲ, କଲେଜ ଛାତ୍ରଛାତ୍ରୀ । ଏହାଛଡା ସାଧାରଣ ଜନତା ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀ କାମରେ ଏହି ରାସ୍ତାଦେଇ ଯିବା ସମୟରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ବନ୍ୟା ପରେପରେ ଏହି ରାସ୍ତାର ଆବଶ୍ୟକିୟ ମରାମତି ଜରିରୀ ହୋଇ ପଡିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା କରାଯାଇନାହିଁ । ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନର ଆଖିରେ କିଭଳି ଭାବେ ଏହି ରାସ୍ତାର ଦୂର୍ଦଷା ପଡିନାହିଁ ତାହାକୁ ନେଇ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରଶ୍ନ ଉଠିଛି ଏହି ମରଣଯନ୍ତା ରାସ୍ତା ଉପରେ ଯଦି କେତେବେଳେ କାହାର କିଛି ଅଘଟଣ ଘଟେ ତେବେ ଏଥି ପାଇଁ କିଏ ଦାୟି ରହିବ ? ତେଣୁ ଏହି ରାସ୍ତା ଓ ପୋଳ ନିର୍ମାଣ ଓ ମରାମତି ଦିଗରେ ପ୍ରଶାସନ ତୁରନ୍ତ ଧ୍ୟାନ ଦେବା ଉଚିତ ବୋଲି ଦାବି ହେଉଛି ।
କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta