ଗୋପାଳପୁର ବାଳକ ବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ବାଳକ ବିଦ୍ୟାଳୟ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଅବସରରେ ଜନଜାତୀ ଗୌରବ ଦିବସ ପାଳନ ସହ ଅଭିଭାବକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଭରତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ମାଝୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସିଆରସିସି ସୁବାସ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ, ଦେଶପ୍ରେମ ଓ ଆଦିବାସୀ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଅଭିଭାବକ ସହଭାଗିତା ବୈଠକରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ପାଠପଢ଼ାରେ ଅଭିଭାବକଙ୍କ ଭୂମିକା ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଏଥିରେ ସହକାରୀ ଶିକ୍ଷକ ଚଞ୍ଚଳ ବାଗ. ଚିତ୍ରସେନ ଜାନୀ,ହିମାଂଶୁ ନାୟକ, ଅଭିଜିତ ଦାସ,ଲକ୍ଷ୍ମୀ କାନ୍ତ ସାହୁ ସଂଜୀବ ଖୁରା, ମୌସମୀ ଦାସ, ମ୍ୟାଟ୍ରନ ମଞ୍ଜୁଲତା ନାୟକ ଲିଙ୍ଗରାଜ ନାୟକ, ଚିତ୍ରସେନ ନାଏକ, ଚନ୍ଦ୍ରକାନ୍ତି ନାଗ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.