ଜାତୀୟ ପ୍ରେସ ଦିବସରେ ଅଧ୍ୟାପକ ସଞ୍ଜୟ ପୁରୋହିତଙ୍କ ଭୂଗୋଳ ବହି ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଲାହାଣ୍ଡି ଜର୍ଣ୍ଣାଲିଷ୍ଟ ଇଉନିୟନ ଦ୍ୱାରା ପାଳିତ ହେଉଥିବା ଜାତୀୟ ପ୍ରେସ ଦିବସ ଅବସରରେ ଉନ୍ମୋଚିତ ହୋଇଛି ଅଧ୍ୟାପକ ତଥା ଭୂଗୋଳ ବିଶାରଦ ସଞ୍ଜୟ ପୁରୋହିତଙ୍କ ଭୂଗୋଳ ବହି l ଯାହାକି ଆସାମ ଦ୍ୱାଦଶ ଶ୍ରେଣୀର ସିଲାବସ ରେ ସାମିଲ ହୋଇଛି l ଓଡ଼ିଶା ଏବଂ ଜମ୍ମୁ-କାଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ମଧ୍ୟ କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତଙ୍କ ଲିଖିତ ଭୂଗୋଳ ପୁସ୍ତକ ଅଧ୍ୟୟନ କରିବେ। ଏହି ଗର୍ବ ଓ ଗୌରବର କଥାକୁ ନେଇ ସୋମବାର କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଡାକ ବଙ୍ଗଳାଠାରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଉପର ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, କୋକସରା ଥାନା ଅଧିକାରୀ ଡମ୍ବରୁଧର ବରତିଆ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀ, ଅଗ୍ନିଶମ ବିଭାଗର ଓଆଇସି ପ୍ରସାନ୍ତ କୁମାର ବାଘ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଆଇନଜୀବୀ କୀର୍ତ୍ତନ ନାଏକ, କୋକସରା ବ୍ଲକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା ପ୍ରମୁଖ ଯୋଗଦେଇଥିଲେ। ସମ୍ପ୍ରତି ଅଧ୍ୟାପକ ଶ୍ରୀ ପୁରୋହିତ କୋକସରା ବ୍ଲକର ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲରେ ଭୂଗୋଳ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା କେବଳ କୋକସରା କିମ୍ବା କଳାହାଣ୍ଡି ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ସଫଳତା ପାଇଁ ଉପସ୍ଥିତ ପ୍ରଶାସନିକ ଅଧିକାରୀ, ଶିକ୍ଷାପ୍ରେମୀ, ସାମ୍ବାଦିକ ଓ ରାଜନୈତିକ ବ୍ୟକ୍ତିବିଶେଷମାନେ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତଙ୍କୁ ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ଜଣାଇ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.