ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ତରଫରୁଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଏକଲ ଗ୍ରାମୋଥାନ୍ ରୁ ପ୍ରଭାଗ -୨ ର କୋର୍ଡିନେଟର ଲାଲମୋହନ ମହନ୍ତ, ଓଡ଼ିଶା ର ଦାୟିତ୍ଵ ରେ ଥିବା କୋର୍ଡିନେଟର ପଙ୍କଜ ଦାସ, ଏକଲ ଗ୍ରାମୋଥାନ୍ ନର୍ଲା ସମିତି ର ସଭାପତି ସାରଥି ନାୟକ, ସଂପାଦକ ଶ୍ରୀଯୁକ୍ତ ବିଷ୍ଣୁଚରଣ ବଡ଼ପଣ୍ଡା, ଏକଲ ଅଭିଯାନ ନର୍ଲା ସଞ୍ଚ ସମିତି ର ସଭାପତି ବଦ୍ରୀପ୍ରସାଦ ମିଶ୍ର, ପଶ୍ଚିମ ଓଡିଶା ସମ୍ଭାଗ ପ୍ରଶିକ୍ଷଣ ପ୍ରମୁଖ ଜୀବର୍ଦ୍ଧନ ସାହୁ, ଅଭିଯାନ ପ୍ରମୁଖ ଘନଶ୍ୟାମ ଭାଟି, ଅଞ୍ଚଳ ଗତିବିଧି ପ୍ରମୁଖ ଡମ୍ବରୁଧର ମାଝୀ, ନର୍ଲା ସଞ୍ଚ ର ସଞ୍ଚ ପ୍ରମୁଖ ଅଞ୍ଜନ କୁମାର ପାତ୍ର, ମ. ରାମପୁର ସଞ୍ଚ ପ୍ରମୁଖ ନିର୍ମଳ ରଣା, କର୍ଲାମୁଣ୍ଡା ସଞ୍ଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀ, କର୍ଲାମୁଣ୍ଡା ସଞ୍ଚ ର ବ୍ୟାସ କଥାକାର ଝସକେତନ୍ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଡବ୍ଲୁଇସି ର ଟ୍ରେନର ନିରୁପମା ପଧାନ, କୋର୍ଡିନେଟର ଭୀମ ଗଉଡ, ସି ଟି ଏଲ ଟ୍ରେନର ବିଶ୍ଵନାଥ ନାଏକ ଙ୍କ ସହ ମହିଳା ସଶକ୍ତିକରଣ ଏବଂ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ର ବର୍ତ୍ତମାନ ଓ ପୁରୁଣା ଛାତ୍ର ଛାତ୍ରୀ ଙ୍କୁ ନେଇ ମୋଟ ୫୫ ଜଣ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରିବା ପରେ ଅତିଥି ଙ୍କ ପରିଚୟ ରଖାଯାଇଥିଲା। ବ୍ରହ୍ମନାଦ, ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପରେ ଅତିଥି ଙ୍କ ଦ୍ଵାରା କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ର ଉଦ୍ଘାଟନ କରାଯାଇଥିଲା। ଏହାପରେ ଅତିଥି ବୃନ୍ଦ ମାର୍ଗ ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ସମିତିର ସଭାପତି ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।





