ଓମଫେଡ୍ ପାର୍ଲର ଓ କନଜ୍ୟୁମର ଷ୍ଟୋର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଶୁକ୍ରବାର ଓମଫେଡ୍ ପାର୍ଲର ଓ କନଜ୍ୟୁମର ଷ୍ଟୋର ଉଦଘାଟିତ ହୋଇଛି। ଉଦଘାଟନୀ ସମାରୋହରେ ରାଜ୍ୟ ଓମଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡିଆରସିଏସ୍ କଳାହାଣ୍ଡି, ଅଶୋକ କୁମାର ପାଣି, ଏଆରସିଏସ୍ ସରୋଜ କୁମାର ପ୍ରଧାନ, କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର କୋକସରା ସୁଭାସିସ ବେଶ୍ରା, ଆମପାଣି ପେକ୍ସ ସଭାନେତ୍ରୀ ତିଳୋତ୍ତମା ନାଏକ, ସ୍ଥାନୀୟ ସରପଞ୍ଚ ଋକ୍ମଣୀ ବାଣୁଆ ଉପସ୍ଥିତ ରହିଥିଲେ। ଏହି କ୍ରମରେ ପେକ୍ସ କାର୍ଯ୍ୟାଳୟ ଠାରେ ଏକ ସଭା ଆୟୋଜନ କରାଯାଇଥିଲା। ଓମଫେଡ୍ ପାର୍ଲର ଓ କନଜ୍ୟୁମର ଷ୍ଟୋର ଉଦଘାଟିତ ହେବାପରେ ଅଞ୍ଚଳର ଲୋକେ ସୁଳଭ ମୂଲ୍ୟ ଓ ସୁବିଧାରେ ଓମଫେଡ୍ ର ବିଭିନ୍ନ ପ୍ରଡକ୍ଟ ସହିତ ଅନ୍ୟାନ୍ୟ ସାମଗ୍ରୀ ପାଇ ପାରିବେ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଫକୀର ମୋହନ ପୁଝାରୀ, ପ୍ରଶାନ୍ତ ମୁନି, ଟେମରା ପ୍ୟାକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ, ଡାଇରେକ୍ଟର ଗୋପିଚନ ନାଏକ, ସୋନୁ କୁମାର ଅଗ୍ରୱାଲ, ପ୍ରଶନ୍ନ ବାରିକ, ନିତ୍ୟାନନ୍ଦ ମାଝୀ, ହରିଶ୍ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆମପାଣି ପ୍ୟାକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ୟକ୍ସ କର୍ମଚାରୀ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.