ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ

ରାୟଗଡ,୧୮/୯: ଆସନ୍ତା ଅକ୍ଟୋବର ୨ତାରିଖରେ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଳାସ୍ତରୀୟ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ (ଡିଆଇପିଆରଓ) ବସନ୍ତ କୁମାର ପ୍ରଧାନ ମଂଚାସୀନ ହୋଇଥିବା ବେଳେ ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ବିିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଡିଆଇପିଆରଓ ଶ୍ରୀ ପ୍ରଧାନ ଉପସ୍ଥାପନା କରି ବୈଠକରେ ଉପସ୍ଥିତ ସମସ୍ତଙ୍କ ମତାମତ ଲୋଡିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ବୈଠକର ବିଶେଷତ୍ୱ ଆସନ୍ତା ଗାନ୍ଧୀ ଜୟନ୍ତୀକୁ ମହାସମାରୋହରେ ପାଳନ କରିବା ପାଇଁ ଏଥି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଯଥା- ବକୃତା,ପ୍ରବନ୍ଧ ଏବଂ ଚିତ୍ରାଙ୍କନ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କରାଯିବା ପାଇଁ ସ୍ଥିର କରାଯାଇଛି । ତତସହିତ ଜିଲ୍ଳା ସଦର ମହକୁମାର ମହର୍ଷି ବିଦ୍ୟାମନ୍ଦିର ଠାରୁ ଡିଏଫଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରିଙ୍ଗରୋଡକୁ ମହାତ୍ମାଗାନ୍ଧୀ ମାର୍ଗ ନାମରେ ନାମକରଣ କରାଯିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ମଧ୍ୟ ସ୍ଥିର ହୋଇଛି । ସେହିପରି ଏହି ଉତ୍ସବକୁ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଳାସ୍ତରୀୟ ପର୍ଯ୍ୟନ୍ତ ପାଳନ କରାଯିବା ସହ ଭିନ୍ନକ୍ଷମ କଲ୍ୟାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ସହ ମହିଳା ଓ ଶିଶୁ ନିର୍ଯ୍ୟାତନା ସମସ୍ୟାକୁ ସମୂଳେ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା,ଗଣଦୈାଡର ଆୟୋଜନ କରିବା,ଜିଲ୍ଳାକୁ ସଂପୂର୍ଣ୍ଣ ପ୍ଳାଷ୍ଟିକମୁକ୍ତ କରିବା ପାଇଁ ଏଥିନିମନ୍ତେ ପଲିଥିନ୍ ବ୍ୟବହାର ବନ୍ଦ ସମ୍ବନ୍ଧରେ ସଚେତନତା କରିବା,ଶୁଖିପଡିଥିବା ଜଳାଶୟଗୁଡିକର ପୁର୍ନଉଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ସର୍ବୋଦୟ ସମିତି ପକ୍ଷରୁ ଗାନ୍ଧୀ ରଥ ପରିକ୍ରମା କରି କସ୍ତୁରିବା ଓ ବିନୋବା ଭାବେଙ୍କ ଆଦର୍ଶ ଜୀବନ ଉପରେ ଆଲୋକପାତ କରାଯିବାର କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଥିବା ଜଣାପଡିଛି । ଏହି ବୈଠକରେ ଜିଲ୍ଳାସ୍ତରୀୟ ଅଧିକାରୀ ଓ ସହରର ବୁଦ୍ଧିଜୀବି,ଗଣମାଧ୍ୟମ ପ୍ରତିନିଧି,ସମାଜସେବୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

For latest news & views updates, Click on Bell button and subscribe to notifications

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.