ଲାଞ୍ଜିଗଡ,୨୦/୯ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଏକ ଉପାନ୍ତ ଇଲାକା ହେଉଛି ମୁଣ୍ଡା ଗାଁ । କମର୍ଦ୍ଧା ପଞ୍ଚାୟତର ଏହି ଗ୍ରାମ ସମସ୍ୟାର ଚାରିଛକରେ ବନ୍ଧା ପଡିଥିବା ବେଳେ ଗାଁର ବିଭିନ୍ନ ସମସ୍ୟାକୁ ନେଇ ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି ମୁଣ୍ଡା ଗାଁବାସୀ ।
ଗ୍ରାମବାସୀଙ୍କ ଅଭିଯୋଗ ହେଲା ହାତୀ କରିଡର ଭିତରେ ରହିଥିବାରୁ ଅନେକ ସମୟରେ ଗାଁକୁ ହାତୀ ଚାଲି ଆସନ୍ତି, କିନ୍ତୁ ବିଦ୍ୟୁତ ବିଭାଗ ସନ୍ଧ୍ୟା ୬ରୁ ରୁ ଲାଇନ କାଟି ଦେଉଛି । ଯାହା ଫଳରେ ପିଲାଙ୍କ ପାଠ ପଢା ସହ ସାଧାରଣ ଜୀବନ ଯାତ୍ରାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ଆଉ ଏକ ସମସ୍ୟା ହେଉଛି ଗାଁରେ ମୋବାଇଲ ନେଟୱାର୍କ ରହୁନାହିଁ ତେଣୁ ମୁଣ୍ଡାଗାଁରେ ଏକ ମୋବାଇଲ ଟାୱାର ନିର୍ମାଣ କରାଯାଉ । ମୁଣ୍ଡାଗାଁ ବାସୀଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ମୁଣ୍ଡା ଗାଁର ଦୀପକ ରଞ୍ଜନ ସାହୁ, ସୁବ୍ରତ କୁମାର ବୁଦ୍ଧିଆ, ସଞ୍ଜୟ ବୁଦ୍ଧିଆ, ସତ୍ୟବାନ ପୂଜାରୀ, ବାପି ସା, ଅର୍ଜୁନ ମାଝୀ, ନରେଶ ପୋଢ଼ , ଦିଗାମ୍ବର ମାଝୀ, ସମ୍ଭୁ ମାଝୀ ବିଭୁତି ଭୁଷଣ ତାଣ୍ଡି ପ୍ରମୂଖ ଉପସ୍ଥିତ ଥିଲେ ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta