ଭାଜପା ପକ୍ଷରୁ ସ୍ବଚ୍ଛ ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

କଳାହାଣ୍ଡି,୨୦/୯ : ସ୍ବଚ୍ଛ ଭାରତ ସୁସ୍ଥ ପରିବେଶ ତଥା ବର୍ଯ୍ୟବସ୍ତୁ ନିରାକରଣ, ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ କରିବା ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି (ଶୁକ୍ରବାର) ଯୋରାଡବ୍ରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

କର୍ଲାମୁଣ୍ଡା ବ୍ଲକର ଏକ ପ୍ରମୂଖ ସ୍ଥାନ ଭାବରେ ଯୋରାଡବ୍ରା ବିଭିନ୍ନ ଜନସଚେତନତା କ୍ଷେତ୍ରରେ ଆଗରେ ରହିଛି । ଅଞ୍ଚଳର ଜନ ସାଧାରଣଙ୍କ ସହଯୋଗୀ ମନୋବୃତ୍ତି ଯୋଗୁଁ ଏହି ସ୍ଥାନ ଅନେକ ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟି ଥାଏ ।

ଭାରତୀୟ ଜନତା ପାର୍ଟି ଯୋରାଡବ୍ରା ମଣ୍ଡଳ ସଭାପତି ବଲ୍ଲଭ ସାହୁଙ୍କ ନେତୃତ୍ବରେ ଏଭିଭିପି ସଦସ୍ୟ ଭବେନ୍ଦ୍ର ପଣ୍ଡା, ପବନ ଅଗ୍ରୱାଲ, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପକାନ୍ତୀ କୁମାର, ଅବନୀ ସାହୁ, ଶୁଭ୍ରାଂଶୁ ସାହୁ,

ଯୋରାଡବ୍ରା ହାଇସ୍କୁଲର ପ୍ରଧାନ ଶିକ୍ଷକ ରୁପଶ୍ଚନ୍ଦ୍ର ସାହୁ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ନାରା ଦେଇ ଯୋରାଡବ୍ରା ଗ୍ରାମ ପରିକ୍ରମା କରିଥିଲେ। ଏପରି କାର୍ଯ୍ୟକ୍ରମକୁ ଯୋରାଡବ୍ରାର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.