ସପ୍ତାହ ଧରି ରାଜପଥ ମଝିରେ ଅଚଳାବସ୍ଥାରେ ପଡି ରହିଛି ଟ୍ରକ, ଟ୍ରାଫିକ୍ ସମସ୍ୟା ଗୁରୁତର

ରାୟଗଡ,୨୨/୯ : ରାୟଗଡ ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥର ଜେକେପୁର ବି.ସି.ରୋଡର ମୁଖ୍ୟ ରାସ୍ତାରେ ଗତ ସପ୍ତାହ ଧରି ଏକ ଟ୍ରକ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅଚଳାବସ୍ଥାରେ ପଡି ରହିଥିବାରୁ ଏହି ରାସ୍ତାରେ ଟ୍ରାଫିକ୍ ସମସ୍ୟା ଗୁରୁତର ହେବାରେ ଲାଗିଛି । ତେବେ ଏହି ଟ୍ରକଟିକୁ ରାଜପଥରୁ ହଟାଇ ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବାରେ ସ୍ଥାନୀୟ ଚାନ୍ଦିଲି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ମିଳିଥିବା ସୂଚନା ପ୍ରକାରେ କେସିଙ୍ଗା ଠାରୁ ଏକ ମାଟି ବୋଝେଇ ଟ୍ରକ (ସିଜି-୦୪-ଏମଜେ-୬୨୭୭) ବିଶାଖାପାଟଣାମ ପୋର୍ଟକୁ ଯାଉଥିବା ବେଳେ ଜେକେପୁର ବି.ସି. ରୋଡ ଅତିକ୍ରମ କରୁଥିବା ସମୟରେ ଟ୍ରକଟିର ଷ୍ଟିୟରିଂ ଲକ୍ ହୋଇଯିବାରୁ ହଠାତ ଟ୍ରକଟି ରାସ୍ତାକଡକୁ ବୁଲେଇ ହୋଇ ରହିଗଲା । ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲେ ରାସ୍ତାକଡରେ ବସିଥିବା ପରିବା ଦୋକାନୀମାନେ । ତେବେ ଏହି ଟ୍ରକଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ସପ୍ତାହ ଧରି ରାଜପଥରେ ପଡି ରହିଥିବାରୁ ରାୟଗଡ ଅଭିମୁଖେ ଆସୁଥିବା ଶତାଧିକ ଯାନବାହନ ଗୁଡିକର ଯାତାୟାତରେ ନାହିଁ ନ ଥିବା ଅସୁବିଧା ଉପୁଜିଛି ।

Udyog Nursery
Udyogi Nursery

ଅପରପକ୍ଷେ ଚାନ୍ଦିଲି ପୋଲିସ ପକ୍ଷରୁ କେବଳ ପୋଲିସ ଫଳକ ବୋର୍ଡ ରାସ୍ତା ଉପରେ ରଖି ଦିଆଯାଇଥିବା ବେଳେ ଟ୍ରକଟିକୁ ହଟାଇ ଟ୍ରାଫିକ ସମସ୍ୟାକୁ ସମାଧାନ କରାଯାଉନାହିଁ । ସେହିପରି ସ୍ଥାନୀୟ ଗୋପବନ୍ଧୁ ଛକରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଗୁରୁତର ହେବାରେ ଲାଗିଛି । ଅନେକ ଉଠା ବ୍ୟବସାୟୀମାନେ ରାସ୍ତା ଉପରେ ବ୍ୟବସାୟ କରୁଥିବା ହେତୁ ରାସ୍ତା ସଙ୍କୁଚିତ ହୋଇ ଆସୁଥିବାରୁ ଏଠାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଯଥାଶୀଘ୍ର ରାସ୍ତା ମଝିରେ ପଡିଥିବା ଟ୍ରକଟିକୁ ହଟାଇବା ସହ ଗୋପବନ୍ଧୁ ଛକରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.