କଲମପୁର ବ୍ଲକ ଯାଦବ କର୍ମଚାରୀ ସଂଘର ନୂଆଖାଇ ଭେଟଘାଟ

କଳମପୁର,୨୨/୯ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଆଜି ବ୍ଲକ ଯାଦବ କର୍ମଚାରୀ ସଂଘର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସଂଘ ର ସଭାପତି ପ୍ରଭାକର ଲହଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯାଦବ ମହାସଭା କଳମପୁର ବ୍ଲକ ସଭାପତି କୃଷ୍ଣ ସିଂ ଲହଜଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାଦବ କୂଳପତି ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଲହଜଲ ତାଙ୍କ ଅବିଭାଷଣରେ କହିଥିଲେଯେ, କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟାଳୟରେ ବିଭିନ୍ନ ପଦ ପଦବୀରେ ଅଛନ୍ତି, ସେମାନେ ଆମ ସମାଜର ଲୋକଙ୍କୁ ବିଭିନ୍ନ କାର୍ଯ୍ୟାଳୟରେ ଦେଖା ଦେଉଥିବା ସମସ୍ୟା ଉପରେ ସହଯୋଗ କଲେ ସମାଜ ଓ ଜାତିର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ କଲମପୁର ବ୍ଲକ କର୍ମଚାରୀ ସଂଘ ସମ୍ପାଦକ ରାଜେନ୍ଦ୍ର ରାଉତ, ଉପସଭାପତି ଅକ୍ଷୟ ନାଗ, ରୋହିତସ୍ୟ ହଂସ, କୋଷାଧକ୍ଷ କ୍ଷେତ୍ରମୋହନ ବାଗ, କଳମପୁର ବ୍ଲକ ଯାଦବ ମହାସଭାର ଉପ ସଭାପତି ଡମ୍ବରୁଧର ନାଗ, ସମ୍ପାଦକ ସୁଧୀର ବାଗ କୋଷାଧକ୍ଷ ଅଭିରାମ ବାଗ ସହ ସମ୍ପାଦକ ପ୍ରଶାନ୍ତ କଙ୍କ୍ରିଆ ଓ ବ୍ଲକର ବିଭିନ୍ନ ଅଂଚଳ ସଭାପତି, ସମ୍ପାଦକ ଓ ଯାଦବ କର୍ମଚାରୀ ମାନେ ଉପସ୍ତିତ ଥିଲେ ।

କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.