ଯାଦବ ମହାସଭା ପକ୍ଷରୁ ସଂପର୍କର ସେତୁ ନୁଆଖାଇ ଭେଟଘାଟ ଓ ବ୍ଲକ କର୍ମଚାରୀ କମିଟି ଗଠନ

କୋକସରା,୨୨/୯ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ରବିବାର ବ୍ଲକ ଯାଦବ ସମିତି ଆନୁକୁଲ୍ୟରେ ସଂପର୍କର ସେତୁ ନୁଆଁଖାଇ ଭେଟଘାଟ୍ ଓ ବ୍ଲକ ଯାଦବ କର୍ମଚାରୀ କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ମାନେ ପ୍ରଥମେ ମଞ୍ଚାସୀନ ହେବା ପରେ ନିଜ ଜାତିର କୁଳଦେବାତା ପ୍ରଭୂ ଶ୍ରୀକୃଷ୍ଣଙ୍କ ପ୍ରତି ଛବିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦିପ ପ୍ରଜ୍ୱଲନ କରି ସାମୁହିକ ଭାବରେ ନବାର୍ଣ୍ଣ ଭକ୍ଷଣ କରି ଭେଟଘାଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ବ୍ଲକ ସଭାପତି ବିନୋଦ ବିହାରୀ ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଭେଟଘାଟ୍ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ଆଗମୀ ଦିନରେ କର୍ମଚାରୀ ମାନଙ୍କ ପାଇଁ କର୍ମଚାରୀ ଭବନର ବ୍ୟବସ୍ଥା କରାଯିବା ସହ ସମାଜର ଉନ୍ନତି ଓ ଅଂଚଳର ବିକାଶ ଏବଂ ଶିକ୍ଷିତ ଓ ସଂଘଠିତ ହୋବାପାଇଁ ବାର୍ତ୍ତା ପ୍ରେରଣ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ଉକ୍ତଳ ଯାଦବ ମହାସଭାର ଉପ- ସଭାପତି ଶ୍ରୀ ଧନେଶ୍ୱର ଭାଟି, ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି ସଭାପତି ଶ୍ରୀ ହରିଶଙ୍କର ବାଗ, ଜିଲ୍ଲା ଯାଦବ କର୍ମଚାରୀ ସଂଘର ସଭାପତି ଲକ୍ଷ୍ମଣ ବଚ୍ଛା, ଗୋଲାମୁଣ୍ଡା ବ୍ଲକ ସଭାପତି ଗୀରିଧାରୀ ତେଜି, ଧର୍ମଗଡ ବ୍ଲକ ସଭାପତି ଶଙ୍କର ଯୁଏଡ, ପୂର୍ବତନ ଜିଲ୍ଲା ଯାଦବ ଉପ- ସଭାପତି ତୁଲସୀରାମ ବାରୀକ, ପୂର୍ବତନ ସଭାପତି କଲମପୁର କେଦାରନାଥ ଖର୍ଷେଲ, ପୂର୍ବତନ କୋକସରା ବ୍ଲକ ସଭାପତି ପରମେଶ୍ୱର ଗୋପାଳ, ପୂର୍ବତନ ଧର୍ମଗଡ ବ୍ଲକ ସଭାପତି ଟିକମନ ବାରିକ, ଶ୍ରୀମତୀ ରଶ୍ମୀରେଖା ରାଉତ ସରପଂଚ ମୁଷାପାଲି, କୋକସରା ବ୍ଲକ ଯୁବ ଯାଦବ ସଭାପତି ଶରତ ଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାମାଜିକ ଗଣମାଧ୍ୟମ ପ୍ରତିନିଧି ଜଗଦୀଶ ଚନ୍ଦ୍ର ନାଏକ, କଳାହାଣ୍ଡି ଯାଦବ ପରିବାର ସମାଜିକ ଗଣମାଧ୍ୟମ ପରିଚାଲକ ହିରଣ୍ୟ ବେହେରା, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ସଂପାଦକ ଲିଙ୍ଗରାଜ ବେହେରା, ବରିଷ୍ଠ ଆଇନ ଜିବୀ ମନୋଜ କୁମାର ନାଏକ ପ୍ରମୂଖ ମଞ୍ଚାସୀନ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପାନାବେଡା ମହାବିଦ୍ୟାଳୟ ଚାନ୍ଦାହାଣ୍ଡି ତଥା ସିଣ୍ଡିକେଟ ସଦସ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରୀକାନାଥ ବାଗ ମୂଖ୍ୟବକ୍ତା ଭାବରେ ଯୋଗଦେଇ ନିଜ ବକ୍ତବ୍ୟରରେ କର୍ମଚାରୀ ମାନେ ସମାଜକୁ ଆଗେଇ ନେବାରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ନେବେ ବୋଲି ମତ ବ୍ୟକ୍ତ କରିଥିଲେ। ସମାଜରେ ବାଲ୍ୟ ବିବାହ, କୁପ୍ରଥା, ବଳି ପ୍ରଥା କୁସଂସ୍କାର, ଅନ୍ଧ ବିଶ୍ୱାସ କୁ କିପରି ଦୂର କରି ପାରିବା ତାହା ନିଜ ଭିତରେ ବିଶ୍ଲେଷଣ କରି ଗ୍ରହଣ କରିବା ଉଚିତ ବୋଲି ବାର୍ତା ପ୍ରଦାନ କରିଥିଲେ ।

ଟେମରା ଉଚ୍ଚ ବିଦ୍ୟାଳୟର ସହଶିକ୍ଷକ ଗଣେଶ୍ୱର ପୁଞ୍ଜି, ଅଲେଖ ଚନ୍ଦ୍ର ଗୋପାଲ ଓ ଯୁଗଲ କିଶୋର ହଂସ ସୁଚାରୁରୁପେ ମଞ୍ଚକୁ ପରିଚାଲନା କରିଥିବା ବେଳେ , ଶିବରାମ ଗହୀର, ଅଭିମନ୍ୟୁ ଗୋପାଳ, ନିଲମଣୀ ନାଏକ, ଦିଲସାନ ନାଗ, ସୁଦର୍ଶନ ବେହେରା, ମହିଳା ମାନଙ୍କ ମଧ୍ୟରେ କୌଶଲ୍ୟା ରାଉତ, ହେମଲତା ବାଗ, ସଞ୍ଜୁଲତା ବାଗ, ମିଥିଲା ବାଗ, ରାଜମନି ବେମାଲ, ଡାଳ ଗୋପାଳ, ସଞ୍ଜୁ ଗୋପାଳ ସମେତ ବ୍ଲକର ବିଭିନ୍ନ ଆଂଚଲିକ ସଭାପତି, ସଂପାଦକ ଓ ଯାଦବ ପ୍ରେମୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

ପରିଶେଷରେ ଜିଲ୍ଲା ଯାଦବ କର୍ମଚାରୀ ଓ ମୁଖ୍ୟବକ୍ତାଙ୍କ ଉପସ୍ଥିତି ରେ କୋକସରା ବ୍ଲକ ଯାଦବ କର୍ମଚାରୀ ସଙ୍ଘ ସମସ୍ତଙ୍କ ସହମତି କ୍ରମେ ଗଠନ କରା ଯାଇଥିଲା । ଶ୍ରୀ ଯୁଗଳ ହଂସ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ମୋହିତ କୁମାର ରାଉତ, ଟିକେଶ୍ୱର ରାଉତି, ସମ୍ପାଦକ ଭାବେ ଦୁଷ୍ମନ୍ତ ନାଗ ଓ ସହ ସମ୍ପାଦକ ଭାବେ ଗଣେଶ୍ୱର ପୁଞ୍ଜି, ପ୍ରେମାନନ୍ଦ ଗୋପାଳ, କୋଷାଧକ୍ଷ ଭାବେ ଯୋଗେନ୍ଦ୍ର ହଂସ କୁ ମନୋନୀତ କରାଯାଇଥିଲା ।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.