ଜାରିଂ ଗ୍ୟାଙ୍ଗ ରେପ୍ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା

କଳାହାଣ୍ଡି,୨୪/୯ : ଜଣେ ଏଏନଏମ ଛାତ୍ରୀ ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ କଳାହାଣ୍ଡି ଏସପି ଓ ଏଡିଏମଙ୍କୁ ଭେଟିଛନ୍ତି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା । ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଏକ ଟିମ ଏସପିଙ୍କୁ ଭେଟି ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ଦାବି ଉପସ୍ଥାପିତ କରିଥିଲେ । ଏହାସହ ପିଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ସହ ସେହି ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ଭାବେ କଳାହାଣ୍ଡି ଏଡିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ ଜୁନାଗଡ ଥାନା ଜାରିଂ ଏନଏଚ ୨୬ ନିକଟରେ ଜଣେ ଏଏନଏମ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଟେକିନେଇ ଗଣ ଦୁଷ୍କର୍ମ କରି ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ କରିଥିଲେ । ଏହାକୁ ନେଇ ସାରା ରାଜ୍ୟ ସ୍ଥବ୍ଧ ହୋଇଯାଇଥିଲା । ବିଜୁ ଛାତ୍ର ଜନତା ଦଳ ଏହି ଘଟଣାକୁ ନେଇ ଗଭିର ଉଦବେଗ ପ୍ରକାଶକରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରିଛି ।

Udyog Nursery
Udyogi Nursery

ଗୋଟେ ବି ଖବର ମିସ୍ କରନ୍ତୁନି, ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ୨୪x୭

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.