ନର୍ଲା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୨୪/୯ : ମୋଟରଗାଡି, ଯାନବାହାନ ଆଇନ ୨୦୧୯ ଓ ସଡକ ସୁରକ୍ଷାକୁ ନେଇ ଆଜି (ମଙ୍ଗଳବାର) ନର୍ଲା ପୋଲିସ ଏବଂ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଓ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲାର ଛାତ୍ରଛାତ୍ରୀ ମାନଙ୍କ ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନର୍ଲା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ଉପସ୍ଥିତ ରହି ଟ୍ରାଫିକ ନିୟମ ମାନି ଗାଡି ଚଲାଇ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଜନତାଙ୍କୁ ଆହ୍ବାନ କରିଥିଲେ ।

ଏହାସହ ମଟର ସାଇକେଲ ଚଲାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରିବା, ନିଶାଦ୍ରବ୍ୟ ସେବନ କରି ଗାଡି ନଚଲାଇବା, ଗାଡି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା, ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ଚଲାଇବାକୁ ନଦେବା ଆଦି ବିଷୟରେ ଜନତାଙ୍କୁ ଅବଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ, ନର୍ଲା ଥାନା ଅଧିକାରି ରମଣୀ ରଞ୍ଜନ ଦଳେଇଙ୍କ ସମେତ ଏସ୍ଆଇ କିସାନ ବିଶି, +୨ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ସୁଶିଲ କୁମାର ସତପଥି, +୩ ମହାବିଦ୍ୟାଳୟ  ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ରାଜନିତୀ ବିଜ୍ଞାନ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ଡେମୋସଷ୍ଟ୍ରେଟର ମନୋଜ ନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ ।

Report by : Niranjan Good (Bulu), Special Correspondent odiabarta.in

ଗୋଟେ ବି ଖବର ମିସ୍ କରନ୍ତୁନି, ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ୨୪x୭

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.