ଆଦି ସଂସ୍କୃତିର ଅନନ୍ୟ ବିଭବ ବାଞ୍ଜିପଦର ସମଲେଇ ଯାତ୍ରା

ଟିଟିଲାଗଡ,୨୪/୯ : ଅରଣ୍ୟବାସୀ ସମାଜର ଚିନ୍ତା ଚେତନାରୁ ଉଦ୍ଭବ ହୋଇ କୃଷିଜୀବି ସମାଜ ପର୍ଯ୍ୟନ୍ତ ବିବର୍ତ୍ତନ କ୍ରମରେ ଅନେକ ଦେବାଦେବୀ ଉପାସନାର ସୃଷ୍ଟି ହୋଇଛି । ପିତୃ ଉପାସନା କ୍ରମରୁ ପ୍ରକୃତି ଭିତ୍ତିକ ଦେବାଦେବୀ ଉପାସନା କରିଥିଲା ମନୁଷ୍ୟ । ସେହି କ୍ରମରେ ଆଦି ସଂସ୍କୃତି ପୃଷ୍ଠଭୂମୀରେ ପ୍ରକୃତି ଉପାସନା ଦୃଷ୍ଟିଗୋଚର ହୁଏ । ଆଦିମ ସଂସ୍କୃିତିର ବିବର୍ତ୍ତିତ ଋପ ଅଭିଚାର ତନ୍ତ୍ର ଧାରା ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ଅଞ୍ଚଳରେ ଦୃଷ୍ଟି ଗୋଚର ହୁଏ । ସେହି କ୍ରମରେ ବାଞ୍ଜିପଦର ଗ୍ରାମରେ ସମଲେଇ ଉପାସନା ଓ ଦଶହରା ଯାତ୍ରା ଅଞ୍ଚଳର ଜନତାଙ୍କ ମଧ୍ୟରେ ଆଦି ସଂସ୍କୃତି ଓ ଧର୍ମଚାରର ବୃହତ ଶ୍ରୋତକୁ ଉଦଜ୍ଜିବିତ କରିଥାଏ ।

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ସ୍ଥିତ ସମଲେଇ ମନ୍ଦିର ଠାରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ଦଶହରା ଯାତ୍ରା ଆରମ୍ଭ ହୋଇଯାଇଛି । ବାଞ୍ଜିପଦର, ମାଲିଝର, ବେଲପଡା, କର୍ଲାପଡା, ସିନାପଲା, ଭାଲେଗାଁ, ଘିଷିରିମାଲ, ଡଙ୍ଗାପଟା ଆଦି ଗ୍ରାମ ର ଜାନି ମାଞ୍ଜି ବା ପୂଜାରୀ ମାନେ ପରମ୍ପରା ଅନୁସାରେ ନିଜ ନିଜ ଘରୁ ପୂଜା ଭାର ଧରି ଦେବୀ ବାଦ୍ୟ ସହିତ ବାଞ୍ଜିପଦରର ସମଲେଶ୍ବରୀ ମନ୍ଦିର ଠାରେ ଏକତ୍ର ହୋଇଥିଲେ ଓ ଆଦିଶକ୍ତି ମାଁ ସମଲେଶ୍ବରୀ ଙ୍କ ଠାରେ ପୂଜା ଅର୍ଚ୍ଚନା କରିବା ସହିତ ଜାଗର ଜାଲିଥିଲେ । ବିଶ୍ବାସ ଥାଉକି ମାଁ ଙ୍କ ଠାରେ ଯାହା ମନସ୍କାମନା ବା ଗୁହାରି କରାଯାଏ ତାହା ପୂରଣ ହୋଇଥାଏ । ତେଣୁ ଆଜି ଠୁ ଆରମ୍ଭ କରି ସାତ ଦିନ ପର୍ଯ୍ୟନ୍ତ ମାଆଙ୍କ ଠାରେ ଭକ୍ତ ମାନେ ନିଜ ନିଜର ଗୁହାରି ଏବଂ ମନସ୍କାମନା ଜଣାଇବେ । ସୁଚନା ଅନୁସାରେ ଆସନ୍ତା ୩୦ ତାରିଖ ଦିନ ମାଁଙ୍କ ଠାରେ ବଳି ବଡିବ ।

ଉକ୍ତ ସମଲେଶ୍ବରୀଙ୍କ ଯାତ୍ରାରେ ଦିଆରୀ ଛନ୍ଦା ମାଝୀ ଓ ସୁରେନ୍ଦ୍ର ମାଝୀ, ମୁଖ୍ୟ ପୂଜାରୀ ଦନାର୍ଦନ ମାଝୀ, ଚନ୍ଦ୍ରସେଣା ମାଝୀ, ଡୋଳାମଣି ମାଝୀ, ରାଜୁ ମାଝୀ, ଟଙ୍କଧର ମାଝୀ, କଳାକୃଷ୍ଣ ମାଝୀ, ଦୀନବନ୍ଧୁ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ, କେଦାର ମାଝୀ, ଅପିନ ମାଝୀ, ଧନମତ ମାଝୀ, ଦୁତିଆ ମାଝୀ, କୃଷ୍ଣ ମାଝୀ, ଜୟଦେବ ରଣା ପ୍ରମୁଖ ପୂଜାରୀ ମାନେ ଉପସ୍ଥିତ ରହି ପାରମ୍ପରିକ ରୀତିନୀତି ରେ ମାଁଙ୍କ ପୂଜା ଅର୍ଚ୍ଚନା କରିଥିଲେ ।

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.