ଜୁନାଗଡ,୨୮/୯ : ମୋଟରଗାଡି ଯାନବାହାନ ନିୟମ ୨୦୧୯ ଓ ସଡକ ସୁରକ୍ଷାକୁ ନେଇ ଆଜି ଜୁନାଗଡ ଆଇନଜୀବୀ ସଂଘ ଓ ଜୁନାଗଡ ଥାନାର ମିଳିତ ଆନୁକୁଲ୍ୟରେ ସଡକସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୁନାଗଡ ଥାନାଧିକୀରୀ ପ୍ରଭାତ ସେଠି, ଆଇନଜିବୀ ସଂଗଠନର ସଭାପତି ସୁଧାଂଶୁ ବରାଡ, ହିମାଂଶୁ ବରାଡ, ଜୁନାଗଡ କଲେଜ କ୍ରିଡା ଶିକ୍ଷକ ଶମିର କୁମାର ସାହୁ ଓ ବିଭିନ୍ନ କଲେଜ, ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
ଜନ ସାଧାରଣଙ୍କୁ ସଡକ ସୁରକ୍ଷା ସମନ୍ଧରେ ଅବଗଚ କରିବାସହ ଗାଡି ଚାଳକ ମାନଙ୍କୁ ସର୍ବଦା ହେଲମେଟ୍ ପିନ୍ଧିବା, ସିଟ ବେଲ୍ଟ ବାନ୍ଧିବା, ଗାଡିର କାଗଜାତ ରଖିବା, ମଦ୍ୟ ପାନ କରି ଗାଡି ନଚଳାଇବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।