ଜୁନାଗଡ ଆଇନଜୀବି ସଂଘ ଓ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ଜୁନାଗଡ,୨୮/୯ : ମୋଟରଗାଡି ଯାନବାହାନ ନିୟମ ୨୦୧୯ ଓ ସଡକ ସୁରକ୍ଷାକୁ ନେଇ ଆଜି ଜୁନାଗଡ ଆଇନଜୀବୀ ସଂଘ ଓ ଜୁନାଗଡ ଥାନାର ମିଳିତ ଆନୁକୁଲ୍ୟରେ ସଡକସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୁନାଗଡ ଥାନାଧିକୀରୀ ପ୍ରଭାତ ସେଠି, ଆଇନଜିବୀ ସଂଗଠନର ସଭାପତି ସୁଧାଂଶୁ ବରାଡ, ହିମାଂଶୁ ବରାଡ, ଜୁନାଗଡ କଲେଜ କ୍ରିଡା ଶିକ୍ଷକ ଶମିର କୁମାର ସାହୁ ଓ ବିଭିନ୍ନ କଲେଜ, ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

ଜନ ସାଧାରଣଙ୍କୁ ସଡକ ସୁରକ୍ଷା ସମନ୍ଧରେ ଅବଗଚ କରିବାସହ ଗାଡି ଚାଳକ ମାନଙ୍କୁ ସର୍ବଦା ହେଲମେଟ୍ ପିନ୍ଧିବା, ସିଟ ବେଲ୍ଟ ବାନ୍ଧିବା, ଗାଡିର କାଗଜାତ ରଖିବା, ମଦ୍ୟ ପାନ କରି ଗାଡି ନଚଳାଇବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.