ସଇଁତଲା ଦୂର୍ଗା ପୂଜାର ଅଧିବାସ, ବିଲ୍ବବରଣ ଓ କଳସ ଯାତ୍ରା 

ଆଜି ଧରାବତରଣ କରିବେ ଜଗତ ଜନନୀ

Omkar Vasthu
Omkar Vasthu

ସଇଁତଲା,୨୯/୯ : ଜଗଜ୍ଜନନୀ ଦେବୀ ଦୂର୍ଗାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସଇଁତଲା ସହର । ମହାଳୟା ଦିନ ଦେବୀ ଦୂର୍ଗାଙ୍କ ପୂଜାପାଇଁ ଅଧିବାସ, ବିଲ୍ବବରଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ଆଜି (ରବିବାର) ଦେବୀଙ୍କୁ ଆବାହନ କରାଯିବ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରଥମେ ମା ଚଣ୍ଡୀ ମନ୍ଦିରରେ ପୁଜା ବିଧି ସାରିଲା ପରେ କଲସ ଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ସହରର ଅନେକ ମହିଳା, ପୁରୁଷ ସାମିଲ ହୋଇ ହନୁମାନ ମନ୍ଦିର ପୋଖରୀରେ ପହଞ୍ଚିଥିଲେ । ସେଠାରେ ଶାସ୍ତ୍ରୋକ୍ତ ବିଧି ବିଧିନ ଅନୁସାରେ ପୂଜାବିଧି ସରିବାପରେ କର୍ତ୍ତାଙ୍କ ସହ ମା ଭଉଣୀ ମାନେ କଲସରେ ପାଣି ଆଣି ପୂଜା ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ପରମ୍ପରା ଅନୁଯାୟୀ କଳସ ସ୍ଥାପନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ତଥା ପୁର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ଉପସ୍ଥିତ ଥିବାବେଳେ ଶ୍ରୀଯୁକ୍ତ ସିତାରାମ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଶକୁନ୍ତଳା ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି । ପଣ୍ଡିତ ରାଧାକାନ୍ତ ତ୍ରିପାଠୀଙ୍କ ସମେତ କିରଣ କୁମାର ମିଶ୍ର, ବିକ୍ରମ କୁମାର ମିଶ୍ର, ମାନସ କୁମାର ମିଶ୍ର, ନବ ଷଡଙ୍ଗୀ, ଶଙ୍କର ପାଣିଗ୍ରାହୀ ଓ ସାଧୁ ଚରଣ ଦାଶ ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ପୂଜା କମିଟିର ସମ୍ପାଦକ ସୁଭାଷ କୁମାର ମିଶ୍ରଙ୍କ ସମେତ ଭୀମସେନ ସ୍ବାଇଁ, ସୁବାଷ ରଥ, ସତ୍ୟ ବେହେରା ଓ ସଇଁତଲା ଅଞ୍ଚଳର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ । ନବରାତ୍ରୀର ପ୍ରତେକ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସୂତ୍ରରୁ ପ୍ରକାଶ ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.