ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ : ସାମିଲ ହେଲେ ଅନେକ ଅନୁଷ୍ଠାନ

କଳାହାଣ୍ଡି,୨୯/୯, (ହେମନ୍ତ ସାହୁ) : ମ.ରାମପୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମ.ରାମପୁରର ସିଆରପିଏଫ୍ ୬୪ ବାଟାଲିଅନ, ମାରୱାଡ଼ି ଯୁବାମଂଚ, ମାରୱାଡ଼ି ମହିଳା ଫେଡ଼େରେସନ, ଜେନାବୁଢା ମୋଟର ଚାଳକ ସଂଘ, ଜନସେବା ସଂଗଠନ, ଭୀମଭୋଇ ଦିିବ୍ୟାଙ୍ଗ ପ୍ରତିଷ୍ଠାନ, ଯୁଗଯାତ୍ରୀ ସାହିତ୍ୟ ସଂସଦ, ମ.ରାମପୁର ପୋଲିସ ବିଭାଗ, ମ.ରାମପୁର ପ୍ରେସ କ୍ଲବ, ମ.ରାମପୁର ବ୍ଲକ ଓ ସମନ୍ୱିତ ଶିଶୁ ବିକାଶ ବିଭାଗର କର୍ମକର୍ତ୍ତ ଯୋଗଦେଇ ପ୍ରଥମେ ମ.ରାମପୁର ଚାରିଛକରୁ ଏକ ସଚେତନତା ଶୋଭାଯାତ୍ରା ରେ ମ.ରାମପୁର ବସଷ୍ଟାଣ୍ଡ ପରିସରକୁ ଆସିଥିବା ବେଳେ ରାସ୍ତା,ବସଷ୍ଟାଣ୍ଡ ପରିସର ସଫେଇ କରିଥିଲେ ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3


ପରେ ଏକ ସଚେତନା ସଭା ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥି୍ବାବେଳେ ମଂଚାସୀନ ରହିଥିଲେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି, ସିଆରପିଏଫ୍ ଆସିଷ୍ଟାଣ୍ଡ କମାଣ୍ଡର ଶ୍ରୀ ମୀନା, ପ୍ରେସ୍ କ୍ଲବ ସଭାପତି ପ୍ରଶାନ୍ତ ସାମନ୍ତରା, ସମାଜସେବୀ ଶ୍ରୀକାନ୍ତ ହୋତା, ସରସ୍ୱତୀ ମିଶ୍ର, ମୋଟର ଚାଳକ ସଂଘ ସଭାପତି ସୁଶାନ୍ତ ଦଣ୍ଡସେନା, ପ୍ରଦୀପ କୁମାର ସାହୁ ପ୍ରମୁଖ ।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta


ମଂଚାସୀନ ଅତିଥିମାନେ ସ୍ୱଚ୍ଛତା ହିଁ ମଣିଷକୁ ସୁସ୍ଥ ଜୀବନ ଯାପନରେ ସହାୟକ ହେଇପାରେ ବୋଲି ମତବ୍ୟକ୍ତ କରିଥିଲେ । ଏହାପରେ ଉପସ୍ଥିତ ସମସ୍ତେ ସ୍ୱଚ୍ଛ ରହିବା ସହ ସ୍ୱଚ୍ଛତା ଦିଗରେ ଯତ୍ନବାନ ହେବାକୁ ଶପଥ ପାଠ ଏବଂ ଦସ୍ତଖତ ଅଭିଯାନରେ ସାମିଲ ହେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେବାଜଗତର ସୁନୀତା ତାଣ୍ଡି, ଶଙ୍କର ସୁନା, ପ୍ରଦୀପ ସାହୁ, ଯାଜ୍ଞସେନୀ ଭୋଇ, ପ୍ରମୋଦିନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.