କଳାହାଣ୍ଡି,୨୯/୯ : ନର୍ଲା ବ୍ଳକର ବ୍ୟବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡ ଠାରେ ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ଉପଳକ୍ଷେ ଉତ୍ସବ ମୁଖର ପରିବେଶ ଦେଖିବାକୁ ମିଳିଛି । ମାରୱାଡି ସମ୍ମେଳନ, ମାରୱାଡି ଯୁବାମଞ୍ଚ, ମାରୱାଡି ମହିଳା ମଣ୍ଡଳ ରୁପ୍ରାରୋଡ ଶାଖାର ମିଳିତ ସହଯୋଗରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ପ୍ରଥମେ ଶ୍ରୀ ଶ୍ରୀ ଅଗ୍ରସେନ ମହାରାଜଙ୍କ ପ୍ରତିକୃତିରେ ପୁଷ୍ପ ମାଲ୍ୟ ଅର୍ପଣକରି ଏକ ବିଶାଳ ଶୋଭା ଯାତ୍ରା ନଗର ପରିକ୍ରମା କରି ଅଗ୍ରସେନ ଭବନରେ ପହଞ୍ଚିଥିଲେ । ସ୍ଥାନୀୟ ମାରୱାଡି ସମ୍ମେଳନର ସଭାପତି ସତ୍ୟ ନାରାୟଣ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ମାରୱାଡି ସମ୍ମେଳନର ପୂର୍ବତନ ସଭାପତି ନକୁଲ ଅଗ୍ରୱାଲ ଯୋଗଦେଇ ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ଉପରେ ଆଲୋକପାତ କରିଥିଲେ ।
ଏଥିରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜୋନର ଉପସଭାପତି ସୁବାସ ଅଗ୍ରୱାଲ ଓ ମୂଖ୍ୟ ବକ୍ତା ଭାବେ ଉତ୍କଳ ମାରୱାଡି ସମ୍ମେଳନର ଉପସଭାପତି ଦିନେଶ ଅଗ୍ରୱାଲଙ୍କ ସମେତ ମହିଳା ମଣ୍ଡଳ ସଭାନେତ୍ରୀ ମଞ୍ଜୁ ଅଗ୍ରୱାଲ ଓ ଯୁବାମଞ୍ଚ ସଭାପତି ରିନେଶ ଅଗ୍ରୱାଲ ପ୍ରମୂଖ ମଞ୍ଚାସୀନ ହୋଇଥିଲେ।
ମୁଖ୍ୟ ବକ୍ତା ଦିନେଶ ଅଗ୍ରୱାଲ ଓ ମୁଖ୍ୟ ଅତିଥି ନକୁଲ ଅଗ୍ରୱାଲଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମାରୋହରେ ପ୍ରଦିପ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ ଓ ସଭା ପରିଚାଳନା କରିଥିବାବେଳେ ଗଣେଶ ରାମ ଖେତାନ ପୁରଷ୍କାର ବିତରଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରି ଉତ୍ସାହିତ କରାଯାଇ ଥିଲା। ପ୍ରଦିପ ଅଗ୍ରୱାଲଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।