ଶବ୍ଦର ନିହିତ ଅର୍ଥ ନଜାଣି କବିତା ଲେଖିଲେ ତାହା କସ୍ମିନକାଳେ କବିତା ହେବ ନାହିଁ

‘ଭଲ କବିତାର ଖୋଜ୍’ ପକ୍ଷରୁ କବି ଅରକ୍ଷିତ ପରିଜା ସମ୍ବର୍ଦ୍ଧିତ

ବାଲେଶ୍ଵର, ୨୯/୯ : ‘ଭଲ କବିତାର ଖୋଜ୍’ ଆନୁକୂଲ୍ୟରେ ଏହାର ୭୫ତମ ଆସର ସ୍ଥାନୀୟ ରାଜାବଗିଚା ସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଆସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଜଗତସିଂହପୁରରୁ ଆସିଥିବା କବି ଅରକ୍ଷିତ ପରିଜା।

ବେଶ୍ ଶକ୍ତିଶାଳୀ କବିତା ରଚନା କରି ଅଜ୍ଞାତ ଏ ଅରକ୍ଷିତ ଜଗତସିଂହପୁର ଜିଲ୍ଲାର ନିପଟ ଏକ ମଫସଲ ଗ୍ରାମରେ ଛେଳି ଚରେଇବା ସହ କବିତା ଲେଖନ୍ତି ଓ ପଢନ୍ତି। ତାଙ୍କର ଦୈନନ୍ଦିନ କାର୍ଯ୍ୟ ହେଲା ଛେଳି ଚରେଇବା। ଛେଳିଙ୍କୁ ଚରେଇବା ସମୟତକ ସେ ପ୍ରଚୁର ବହି ଓ ପତ୍ରପତ୍ରିକା ପଢନ୍ତି। ଦୁର୍ନୀତିକୁ ସହି ନପାରି ଓଡିଆରେ ପୋଷ୍ଟ୍ ଗ୍ରାଜୁଏଟ୍ ଅରକ୍ଷିତ ପାରାଦୀପ ବନ୍ଦରର ଚାକିରିକୁ ପରିତ୍ୟାଗ କରିବା ସହ ଦୀର୍ଘ ବର୍ଷ ଧରି ନିଜ ଘରେ ଛେଳି ରଖି ତାର ଲାଳନପାଳନରେ ଲାଗିଛନ୍ତି। ୧୯୯୯ ମହାବାତ୍ୟା ବେଳେ ଗୋଟିଏ ଛେଳି ଛୁଆ ତାଙ୍କ ଘରକୁ ଚାଲିଆସିଥିଲା ଏବଂ ମହାବାତ୍ୟା ପରେ ସେ ଆଉ ଛାଡି ଗଲାନି। ଏହାକୁ ଈଶ୍ବରଙ୍କ ଇଚ୍ଛା ଭାବି ଅରକ୍ଷିତ ସେଇଦିନୁ ତାକୁ ପାଳିଛନ୍ତି ଘରର ସଦସ୍ୟ ଭାବରେ। ଏବେ ଛେଳି ସଂଖ୍ୟା ବୃଦ୍ଧି ପାଇ ଛଅରୁ ସାତଟି।

ସେଇ ଅରକ୍ଷିତ ପରିଜାଙ୍କ କାବ୍ୟ ପ୍ରତିଭାକୁ ଠାବ କରି ‘ଭଲ କବିତାର ଖୋଜ୍’ ପକ୍ଷରୁ ଆଜି ତାଙ୍କୁ ମାନପତ୍ର, ଉପାୟନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ସମ୍ମାନନୀୟ ଅତିଥି, ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପରିଜା ଶବ୍ଦର ପ୍ରକୃତ ଅର୍ଥ ନବୁଝି ଆଜିର ଅନେକ କବି ଲେଖୁଥିବା କବିତା ଆଦୌ ଭଲ କବିତା ନୁହେଁ ବୋଲି କହିବା ସହ ପତ୍ରପତ୍ରିକାରେ ବହୁଳ ସଂଖ୍ୟାରେ ଅକବିତା ପ୍ରକାଶ ପାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଚାକିରି ଛାଡି ଦେଇ ସାରାଦିନ ଛେଳିଙ୍କୁ ଚରାଇବା ଓ ଵହି ପଢିବା ଭିତରେ ସେ କେଉଁ ପ୍ରକାର ଆନନ୍ଦ ଲାଭ କରନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍


ପ୍ରାରମ୍ଭରେ ଆବାହକ ଉତ୍ପଳ ମହାନ୍ତି ପ୍ରାରମ୍ଭିକ ସମ୍ଭାଷଣ ଦେବା ସହ ‘ଭଲ କବିତାର ଖୋଜ୍’ର ଆଭିମୁଖ୍ୟ ବୁଝାଇଥିଲେ। କବି ରଂଜନ ବାଗ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଆବାହକ କୃଷ୍ଣ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ ଉପସ୍ଥିତ ୪୦ଜଣ ଅତିଥି କବି ଓ ଗାଳ୍ପିକ ନିଜ ନିଜର ବକ୍ତବ୍ୟ ରଖିବା ସହ ଗଳ୍ପ ଓ କବିତା ପାଠ କରିଥିଲେ। 

ଅରକ୍ଷିତ ପରିଜା, ପ୍ରୀତିଲେଖା ଦାସ, ଗଙ୍ଗାଧର ବିଶ୍ଵାଳ, ଦେବଯାନୀ ଦାସ, ମନସ୍ଵିନୀ ଦେବୀ, ଜ୍ୟୋତ୍ସ୍ନା ରାୟ, ସରୋଜିନୀ ଦାଶ, ଦୀପକ ବୋଷ୍, ସିତାଂଶୁ ଲେଙ୍କା, ପ୍ରଦୀପ ଚାଟ୍ଟାର୍ଜି, ଅଶ୍ବିନୀ ଦାଶ, ନିବାରଣ ଜେନା, ହୃଦାନନ୍ଦ ପାଣିଗ୍ରାହୀ, ପ୍ରଦୀପ୍ତ ମହାନ୍ତି, ସୁନୀଲ ମିଶ୍ର, ଜୟନ୍ତୀ ବିଶ୍ଵାଳ ବେହୁରିଆ, ବଂଶୀଧର ଚୌଧୁରୀ, କାଳୀପଦ ପଣ୍ଡା, କୁଂଜବିହାରୀ ଧଳ, କମଳିନୀ କାସ୍ତ, ଦେବଯାନୀ ଦାସ, ଲିପିରେଖା ମହାପାତ୍ର, ଉତ୍ପଳ ମହାନ୍ତି, ଅଧ୍ୟାପକ ନିରଞ୍ଜନ ବେହେରା ଓ ରଂଜନ ବାଗ୍ ପ୍ରମୁଖ କବିତା ପଢିଥିବା ବେଳେ ସ୍ମୃତି ଦାସ ଗଳ୍ପ ପାଠ କରିଥିଲେ। ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ସମ୍ପାଦିକା ଅରୁଣା ରାୟ, ତପନ ରାୟ ବକ୍ତବ୍ୟ ରଖିଥିଲେ। ପଠିତ କବିତାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta


ଶେଷରେ ଆଜିର ସମ୍ମାନନୀୟ ଅତିଥି ‘ରେବତୀ’ର ସଂପାଦିକା ସୁବାସିନୀ ଜେନା ‘ଭଲ କବିତାର ଖୋଜ୍’ର ଏତାଦୃଶ ସାହିତ୍ୟ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହ ନୂତନ ଲେଖକଲେଖିକାଙ୍କୁ ପ୍ରୋତ୍ସାହନ ଦେଲେ ଏକ ସଶକ୍ତ ଲେଖକ ସମାଜ ଆମେ ଗଢିପାରିବା ବୋଲି କହିଥିଲେ। କବି ରଂଜନ ବାଗ୍ ଧନ୍ୟବାଦ ଜ୍ଞାପନ କରିଥିଲେ।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରନ୍ତୁ ଓ ସବୁ ଖବର-ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.