ସୋନପୁର,୩୦/୯ : ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ରବିବାର ଠାରୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁଗେ ଯୁଗେ ଭାରତବର୍ଷର ମାତୃଜାତିଙ୍କୁ ଉଚ୍ଚସ୍ଥାନ ଦିଆଯାଇଛି । ମା’ଙ୍କ ବିନା ଏ ମାନବ ସମାଜର ଅସ୍ତିତ୍ୱ ନାହିଁ । କାରଣ ମା’ଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆରମ୍ଭ ହୋଇଛି ‘ନବମାତୃକା ପୂଜା’ । ସେହିଭଳି ଅନୁରୂପ ଭାବେ ଜିଲ୍ଲାର ବିଭିନ୍ନ ପ୍ରାଚୀନ ଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁମାନେ ଆସି ପୂଜା କରିଛନ୍ତି । ରବିବାର ଠାରୁ ବିଭିନ୍ନ ଦେବୀ ପୀଠରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିପାଇଁ ଦେବୀ ପୀଠ ଗୁଡିକରେ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଛି । ନବରାତ୍ର ପୂଜା ମଣ୍ଡପରେ ଏହି ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ୯ ଦିନ ବ୍ୟାପୀ ଆୟୋଜିତ ହେବ । ଜିଲ୍ଲାର ଇଷ୍ଟଦେବି ମାଁ ସୁରେଶ୍ୱରୀ ମନ୍ଦିର ସହିତ ବିଭିନ୍ନ ଦେବୀ ପୀଠରେ ନବରାତ୍ର ପୂଜା ଅବସରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।