ଜନସେବା ସଂଗଠନର ନିଶା ନିବାରଣ ଶୋଭାଯାତ୍ରା

କଳାହାଣ୍ଡି,୩୦/୯(ହେମନ୍ତ ସାହୁ) : ଜନସେବା ସଂଗଠନ ତରଫରୁ ମ.ରାମପୁର ବ୍ଲକ ଶାଖା ସଭାପତି ବରିଷ୍ଠ ଆଇନଜୀବି ହିମାଦ୍ରୀ ସ୍ୱାଇଁ ଓ ସଂପାଦକ ବରିଷ୍ଠ ସାମ୍ବାଦିକ ଧୀରେନ କୁମାର ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ଏକ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ଶୋଭାଯାତ୍ରା କଲେଜଛକ ଠାରୁ ଚାରିଛକ ଯାଏ ପରିକ୍ରମା କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିଶା ନିବାରଣ ସଂକ୍ରାନ୍ତୀୟ ବିଭିନ୍ନ ସ୍ଲୋଗାନ ସହ ଏହି ଶୋଭାଯାତ୍ରା ଜନସାଧାରଣଙ୍କୁ ସଚେତନ କରିଥିଲା । ଏଥିରେ ଜିଲ୍ଲା ସଭାପତି ବିକାଶ କୁମାର ଦତ୍ତା ଓ ଜିଲ୍ଲା ଉପସଭାପତି ଜଗନ୍ନାଥ ଚୌଧୁରୀ, ଗୋବିନ୍ଦ ତାଣ୍ଡି, ସଂଘର୍ଷ ପଣ୍ଡା ପ୍ରମୂଖ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମରା ବଗର୍ତ୍ତୀ, ସଂଯୁକ୍ତା ପୁରୋହିତ, କୁବେର ବୁଡ଼େକ, ବନୀତା ସେଠୀ, ନୀଳମାଧବ ପରୁଆ, ଲମ୍ବୋଦର ବାଗ, ପରମାନନ୍ଦ ବାଗ, କୁଞ୍ଜବିହାରୀ ହାତୀ, ଅମିତ ଗୌଡ, ବିଶ୍ୱନାଥ ସାହୁ, ନରେଶ କୁମାର ସାହୁ, କଲେଜ ପିଇଟି ତୋଫାନ ଗୌଡ଼ିଆ ସହଯୋଗ କରିଥିଲେ ।

Udyog Nursery
Udyogi Nursery

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.