ନର୍ଲା ବ୍ଲକ ଯାଦବ ସମିତିର ସାଂଗଠୈନିକ ବୈଠକ

କଳାହାଣ୍ଡି,୩/୧୦ : ନର୍ଲା ବ୍ଲକ ଯାଦବ ସମିତିର ସାଂଗଠୈନିକ ବୈଠକ ସ୍ଥାନୀୟ ପେସିଫିକ ପବ୍ଲିକ ସ୍କୁଲ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଉପସଭାପତି ଦୂଲ୍ଲଭ ମାହାର, ବ୍ଲକ ଉପସଭାପତି ଲିଙ୍ଗରାଜ କରୁଆଁ, ପୂର୍ବତନ ବ୍ଲକ ସଭାପତି ଟଙ୍କଧର ଭୋଇ, କେସିଙ୍ଗା ବ୍ଲକ ସଭାପତି ପାନ୍ନାଲାଲ ବେମାଲ ପ୍ରମୂଖ ମଞ୍ଚାସୀନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବରିଷ୍ଠ ଯାଦବ ସଂଗଠକ ଗିରିଧାରି ଗଉଡ ବୈଠକର ଉଦ୍ଦେଶ୍ୟ ସଂପର୍କରେ ତଥା ସାମାଜିକ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସମାଜରୁ କୁସଂସ୍କାର, ଅନ୍ଧ ବିଶ୍ବାସ ଦୂରକରିବା ସହ ସଂଗଠକୁ ମଜଭୂତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଧଙ୍ଗଡାମାଝୀ ବ୍ଲକ ସ୍ଥରରେ ଯୁବ ଯାଦବ, ମହିଳା ଯାଦବ, ଯାଦବ କର୍ମଚାରୀ ସଂଘ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରି ସମସ୍ତେ ଜାତି ନନ୍ଦିଘୋଷକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ ।

Udyog Nursery
Udyogi Nursery

ବୈଠକରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ନର୍ଲା ବ୍ଲକ ଯାଦବ ସମିତି ସହ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲ, ୨୫ଟି ଆଞ୍ଚଳିକ ସମିତିର ସଭାପତି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶିକ୍ଷାବିତ ମଧୁ ସୂଦନ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ଯାଦବ ନେତୃତ୍ବ ପଦ୍ମ ଲୋଚନ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.