ଲାଞ୍ଜିଗଡ : ରାଜାପଡ଼ା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ,୩/୧୦ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ରାଜାପଡ଼ା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକ ମାଝୀଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୁନିତା ଚନ୍ଦନ,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ଉପ ସଭାନେତ୍ରୀ ସନ୍ତୋସିନୀ ମଲ୍ଲିକ, ସହକାରୀ ଶିକ୍ଷକ ଚରଣ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ଚନ୍ଦନ ଓ ଅତିଥିମାନେ ସ୍କୁଲରେ ପୂଜାର୍ଚ୍ଚନା କରି ବୃକ୍ଷରୋପଣ କରିଥିଲେ।

Udyog Nursery
Udyogi Nursery

ଅତିଥି ଓ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ୫୦ ରୁ ଉର୍ଦ୍ଧ କଦମ୍ବ, ଆକାଶୀ, କୃଷ୍ଣଚୁଡା, କାଜୁ, କରଞ୍ଜ, ଦେବଦାରୁ, ଅଁଳା, ଅମୃତ ଭଣ୍ଡା, ଡାଲିମ୍ବ ଆଦି ଚାରା ରୋପଣ କରିଥିଲେ। ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ସ୍କୁଲ କମିଟିର ସଭ୍ୟା/ସଭ୍ୟ ଜନନୀ ଗଉଡ଼, ମଧୁସୂଦନ ସିଂ, ସଂଯୁକ୍ତା ପାତ୍ର, ସୁଜାତା ଡଣ୍ଡସେନା, ସଂଯୁକ୍ତା ସିଂ, ଦୁଖୁ ମାଝୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.