ଲାଞ୍ଜିଗଡ଼ : ଗୋପିନାଥପୁର ଠାରେ ଆମ ପୁଲିସ ଜନସମ୍ପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୩/୧୦ : ଲାଞ୍ଜିଗଡ଼ ପୁଲିସ୍ ପକ୍ଷରୁ ଗୋପିନାଥପୁର ଠାରେ ‘ଆମ ପୁଲିସ’ ଜନସମ୍ପର୍କ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟ ନାରାୟଣ ନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମୁନିନ୍ଦ୍ର ହୁନ୍ନଙ୍ଗା, ସମ୍ମାନୀତ ଅତିଥି ଭାବରେ ଏବିଡ଼ିଓ ବିଭୁତି ଭୂଷଣ ସତପତି, ସିଡିପିଓ କୁସୁମ କୁମାରୀ ପ୍ରହରାଜ, ରମେଶ ମାଝୀ, ଭାଗିରଥି ଧଙ୍ଗଡ଼ାମାଝୀ, ଗ୍ରାମ ମୁଖିଆ ପ୍ରହ୍ଲାଦ ନାୟକ, ନିଳାଞ୍ଚଳ ପ୍ରଧାନ, ସନାତନ ପ୍ରଧନୀ ପ୍ରମୂଖ ଯୋଗ ଦେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବେଆଇନ ମଦ କାରବାର, ଦାଦନ ସମସ୍ୟା, ଶିଶୁ ଶ୍ରମିକ, ଗୁଣିଗାରିଡି, ଜୁଆ, ସଟା ଖେଳ, ମହିଳା ଚାଲାଣ, ମଦ ପିଇକି ଗାଡି ଚଲାଇବା, ମୋବାଇଲ ଫୋନରେ କଥାହୋଇ ଗାଡି ଚଲାଇବା, ସଡକ ସୁରକ୍ଷା, ବ୍ୟତୀତ ୫ଗୋଟି ଟି ବିଷୟରେ ଲୋକଙ୍କୁ ବୁଝାଇ ଥିଲେ ଓ କଣ କଲେ ପୁଲିସ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢିବ ସେ ଉପରେ ଆଲୋଚନା ହୋଇଥିଲା।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ବିଭୀଷଣ ପ୍ରଧାନୀ, କନ୍ଦର୍ପ ନାୟକ, ଶ୍ୟାମସୁନ୍ଦର ପ୍ରଧାନୀ,ରାମେଶ୍ୱର କଟା, ଭଗତ ସିଂ କ୍ଳବ ସଭାପତି ବିପିନ୍ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସଦାନନ୍ଦ ନାୟକ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍କୁଲ ଶିକ୍ଷକ, ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ ସହିତ ଗୋପିନାଥ ପୁର ଅଞ୍ଚଳର ଜନସାଧାରଣ ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଏସ୍ଆଇ ବିପିନ୍ କୁମାର କୁଳଦୀପ ପରିଚାଳନା କରିଥିବା ବେଳେ ଏସ୍ଆଇ ଡମ୍ବରୁଧର ପ୍ରଧାନ, ଓ ଆୟାରବିଏନ ଷ୍ଟାପ ଓ ଗୋପିନାଥ ପୁର ଭଗତ ସିଂ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.