ଇନ୍ଦ୍ରାବତୀ କେନାଲର ଗତିପଥକୁ ଅବରୋଧ କରି ରଖିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି !!!
ଜୁନାଗଡ,୩/୧୦ : କୃଷିକ୍ଷେତ୍ରକୁ ପାଣି ଯୋଗାଣ ଦାବିରେ ଜୁନାଗଡ ହାତୀନଦୀ ଠାରେ ଜାତୀୟ ରାଜପଥ ୨୬ କୁ ଅବରୋଧ କଲେ ଚାଷୀ । କୃଷକ ମାନଙ୍କ ଅଭିଯୋଗ ହେଲା ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମିକୁ କେନାଲରୁ ପାଣି ଯୋଗାଣରେ ବ୍ୟାହତ ହେଉଥିବା ବେଳେ ଛୋରିଅା ଗଡ଼ ଠାରୁ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲର ଗତିପଥକୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି ଯାହା ଫଳରେ ତଳ ମୁଣ୍ଡ ରେ ଥିବା ଆଟିଗାଁ ଓ ତଲମଲା ପଂଚାୟତ ଚାଷଜମିକୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ।

ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଚାଗାଁ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ସଭାପତି ଯଶୋବନ୍ତ ପ୍ରଧାନୀ,

ତଲମଲା ସରପଞ୍ଚ ଦୁଶିଳା ମାଝୀ ଓ ଆଟିଗାଁ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆଜି ଜୁନାଗଡ଼ ହାତୀନଦୀ ଉପରେ ସକାଳ ୧୦ ଘଣ୍ଟାରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଥିଲା । ବିଭାଗୀୟ ଅଧିକାରୀଙ୍କ ପ୍ରତିଶୃତି ପରେ ରାସ୍ତାରୋକ ହଟିଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in






