ସୋନପୁର,୧୧/୧୦ : ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୈାରୀ ଯାତ୍ରା ଆସନ୍ତା ୧୨ତାରିଖ ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା । ପୁଜା କମିଟି ତରଫରୁ ସ୍ଥାନିୟ ବିଢିମା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ସୂଚନା ପ୍ରଦାନ କରାଯାଇଛି । ହରଗୈାରୀ ଯାତ୍ରା ଆସନ୍ତା ୧୨ତାରିଖ ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ଆସନ୍ତା ୯ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ଆସନ୍ତା ୧୨ ତରିଖରେ ଗୈାରିଙ୍କୁ ନିମନ୍ତ୍ରଣ, ୧୪ ତରିଖ ସନ୍ଧ୍ୟାରେ ହରଙ୍କୁ ନିମନ୍ତ୍ରଣ କରାଯିବାର କାର୍ଯ୍ୟସୂଚି ଥିବା ବେଳେ ୧୫ ତାରିଖ ସକାଳୁ ସୁପ୍ରଭାତମ ୧୬ ରୁ ୨୦ ପର୍ଯ୍ୟନ୍ତ ଶିବ ସହସ୍ରନାମ, ରୁଦ୍ରାଭିଷେକ ଓ ଅପରହ୍ନରେ ସ୍ୱତନ୍ତ୍ର କୁମକୁମ ପୁଜା କରାଯିବାର କାର୍ଯ୍ୟସୂଚି ରହିଛି ।
ପ୍ରତେକ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟକ୍ରମ ହେବାର ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ସଂସ୍କୃତି ଅଧିକାରୀ ଆର୍ତତ୍ରାଣ ଥାଟି ଅତିଥି ଭବେ ଯୋଗ ଦେଇଥିବା ବେଲେ ଶ୍ରୀ ଶ୍ରୀ ହରଗୈାରୀ ପୂଜାକମିଟି ର ସଭାପତି ଦିଲ୍ଲିପ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶ୍ରୀ ଶ୍ରୀ ହରଗୈାରୀ ପୁଜା ଉପରେ ଆଲେକପାତ କରିଥିଲେ । ସମ୍ପାଦକ ଜନ୍ମେଜୟ ପାତ୍ର କାର୍ଯ୍ୟସୂଚି ପ୍ରଦାନ କରିଥିବା ବେଲେ ଉପସଭାପତି ଆନନ୍ଦପାତ୍ର, ଉପଦେଷ୍ଟା ସହଦେବ ପାତ୍ର, ଉପସଭାପତି ଓ ସାଂସ୍କୃତିକ ସମ୍ପାଦକ ସତ୍ୟନନ୍ଦ ରାଉତଙ୍କ ସହ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta