ଯାଦବ ସମାଜ ସମଗ୍ର ମାନବ ଜାତିର ଏକ ଶ୍ରେଷ୍ଠ ସମାଜ – ହଳଧର ନାଗ

ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜର ବାର୍ଷିକୋତ୍ସବ

Omkar Vasthu
Omkar Vasthu

ସୋନପୁର,୧୪/୧୦ : ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ପରେ ସମାଜର ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ତପନ ଜୁଆଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯାଦବ ସମାଜ ସମଗ୍ର ମାନବ ଜାତିର ଏକ ଶ୍ରେଷ୍ଠ ସମାଜ ବୋଲି ମତ ପ୍ରକାଶ କରିବା ସହ ସମାଜର ଇତିବୃତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ସମାଜ ପକ୍ଷରୁ ପାରମ୍ପାରିକ ବାଡି ଖେଳ ସହ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଘୋଡାଘାଟପଡା ଠାରେ ଥିବା ବୁଢି ସମଲେଇ ମନ୍ଦିରରୁ ବାହାରି କଚେରୀ ଛକ, କସ୍ତୁରୀ ହୋଟେଲ ଛକ, ମଝିଡା, ମସଜିଦ ଛକ ଦେଇ ପରିକ୍ରମା କରିବା ପରେ ସମଲେଇ ମନ୍ଦିରରେ ପହଞ୍ଚିଥିଲା । ଏଥିରେ ପଡୋଶୀ ବରଗଡ, ସମ୍ବଲପୁର, ବଲାଙ୍ଗିର ଓ ବୌଦ ଜିଲ୍ଲା ଯାଦବ ସମାଜର ସଭାପତି ମାନେ ସମ୍ମାନିତ ଅତିଥି ଭାବରେ ଯୋଗ ଦେବା ସହ ଜିଲାର ସମସ୍ତ ବ୍ଲକର ସଭାପତି ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନିଳକଣ୍ଠ ବଗର୍ତ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ଯାଦବ ସମାଜର ପ୍ରଫୁଲ୍ଲ ନାଏକ, ଗଣପତି ବାଘ, ପ୍ରକାଶ ହାତି, ରଞ୍ଜନ ଠେଲା, ସୁରେଶ ଷାଣ୍ଢ, ଋତୁରାଜ ବାଘ, ମନବୋଧ ନାଏକ, କୃଷ୍ଣ କୁମାର ବାଘ, ପ୍ରମୁଖ ସହଯୋଗ କରିଥିଲା ।

Pearl dental clinic
Near Ashish Medical Store, Bhawanipatna
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.