ବଙ୍ଗୋମୁଣ୍ଡା,୧୩/୧୦(ହୁଲେଶ୍ୱର ହଂସ): ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରାମପଂଚାୟତ କାର୍ଯ୍ୟାଳୟ କୁ ଗାଁ ରେ ଥିବା ଭାଇ ଜିଉଁତିଆ କମିଟୀ ପକ୍ଷରୁ ଏକ ଆଲମିରା ଦାନ କରିଥିବା ଜଣାପଡିଛି । ଆୟୋଜିତ କାର୍ଯ୍ୟକ୍ରମ ରେ ଭାଇଁ ଜିଉତିଆଁ କମିଟୀ ର ସଭାପତି ଶିବାନୀ ଛୁରା ର୍ଙ୍କ ସଭାପତିତ୍ୱ ରେ ଅଲଣ୍ଡା ପଂଚାୟତ ସରପଂଚ ଅର୍ଜୁନ ୟାଦବ ଙ୍କୁ ଆଲମିରା ପ୍ରଦାନ କରିଥିଲେ । ଏଥିରେ ଭାଇ ଜିଉତିଆଁ କମିଟୀ ର ସମ୍ପାଦକ ପୂର୍ଣ୍ଣମୀ ରଣା ଙ୍କ ସହ ବହୁ ଝିଅ ମାନେ ସାମିଲ ଥିଲେ । ଝିଅ ମାନେ ଏକଜୁଟ୍ ହୋଇ ପଂଚାୟତ କୁ ଏକ ଆଲମିରା ପ୍ରଦାନ କରାଯାଇଥିବାରୁ ଅଂଚଳ ରେ ପ୍ରଶଂସା କରାଯାଉଛି ।





