ଘଣ୍ଟିଗୁଡ଼ାରେ ମା ଠାକୁରାଣୀଙ୍କ ବାର୍ଷିକ ଦଶରା

କୋକସରା, ୧୪/୧୦: କୋକସରା ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମରେ ମା ଠାକୁରାଣୀଙ୍କ ବାର୍ଷିକ ଦଶହରା ପୂଜା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହିଯାତ୍ରା ରେ ମା ଠାକୁରାଣୀଙ୍କ ପୂଜା ସହ ଗ୍ରାମର ଅନ୍ୟ ଦେବାଦେବୀ ଭଣ୍ଡାରଘରଣୀ, ମାଉଲୀ , ସର୍ବମଙ୍ଗଳା, ଲଙ୍କେଶ୍ବରୀ, ଦନ୍ତେଶ୍ବରୀ, ଘାଟିମୁଢିଆଣୀଙ୍କ ପୂଜା କରାଯାଇଥିଲା। ଏଥିରେ ପୂଜକ ରୁଟୁ ପୁଝାରୀ ଓ ଗିରିଧାରୀ ପୂଝାରୀ, ଗୌନ୍ତିଆ ହିମାଞ୍ଚଲ ପାତ୍ର, ଶିରା ଶ୍ରୀଧର ଧଙ୍ଗଡ଼ାମାଝୀ, ଖଗପତି ବନ୍ଦିଛୋଡ,ଚନ୍ଦ୍ରଶେଖର ବାଗ,ଲଛମନ ବାଗ ପ୍ରମୁଖ ସୁଚାରୁରୂପେ ପୂଜା ସମ୍ପାଦନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ବିଜେପି ଯୁବମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ବାଗ, ସମ୍ମାନିତ ଅତିଥି ଶ୍ରୀ ଗରୁଡଧ୍ଵଜ ମାଝୀ, ଘନଶ୍ୟାମ ନାଏକ, ମହିମା ଗ୍ରାପ ସରପଂଚ ଜୟସିଂମାଝୀ, ସମାଜସେବୀ ଜିତୁପଣ୍ଡା, ଆମପାଣି ଥାନାଧିକାରୀ ଶ୍ରୀ ରମେଶ ପଟ୍ଟନାୟକ ଓ କମିଟି ସଭାପତି ଶ୍ରୀ ମଧୁବନ ପାତ୍ର ମଞ୍ଚାସିନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଦେବରାଜ ପାତ୍ର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ସନ୍ଧ୍ୟାରେ ନବରଙ୍ଗପୁର ସାନବାର୍ଲିର ନାଟକ ଓ ଦ୍ଵିତୀୟ ସନ୍ଧ୍ୟାରେ ରେକର୍ଡ ଡେନ୍ସ ଡେନ୍ସ ପ୍ରତିଯୋଗିତା ହୋଇଥିଲା।ସଂପାଦକ ଭୀଷ୍ମ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ବସନ୍ତ ଚଲାନ, ପିତାମ୍ବର ଦଣ୍ଡସେନା, ଦେବାନନ୍ଦ ଚଣ୍ଡୀ, ବଲଭଦ୍ର ଧଙ୍ଗଡ଼ାମାଝୀ, ପୂର୍ଣ୍ଣ ପ୍ରଧାନୀ, ହରିହର ବାଗ, ନେତ୍ର ନାଏକ, ଦଇତାରୀ ଚଲାନ, ଅନି ମାଝୀ, ଭୂବନାନନ୍ଦ ନାଏକ, ଅଭିମନ୍ୟୁ ଧଙ୍ଗଡ଼ାମାଝୀ, ହରିଶକଂର ଲୁହାର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଆଖପାଖ ଗାଁ ତଥା ଦୂରରୁ ମଧ୍ୟ ଦର୍ଶକଙ୍କ ଭିଡ଼ ଛୁଟିଥିଲା।

Udyog Nursery
Udyogi Nursery
କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.