ସମୟ ସୀମିତ
ଗପଟିର ଲମ୍ବ ଅମାପ
କେମିତି କହିବି ?
କେଉଁଠୁ ଆରମ୍ଭ କରିବି?
ପାଟି ଖୋଲି ପାରୁନି
ମନେ ହେଉଛି
ଆହୁରି ବି ବିତିଯିବ ଅନେକ ବର୍ଷ ।
କେତେ ଆସୁଛନ୍ତି
କେତେ ଯାଉଛନ୍ତି
କାହାକୁ ହେଲେ ଅଟକାଇ ରଖବି?
କିଏ ବା ସହମତ ହେବ?
ଦିନ ପରେ ଦିନ ଖାଲି
ଗଡ଼ି ଗଡ଼ି ଆଗକୁ ଛୁଟୁଛି ।
ଏମିତିତ ଏ ଜୀବନର ରୀତି
ଅନ୍ଧାର ଘନେଇ ଆସୁଛି
ଆଲୋକର ପତ୍ତା ହିଁ ମିଳୁନାହିଁ ।
ସୁଧାଂଶୁ ଶେଖର ପାତ୍ର

ପ୍ରଶାନ୍ତି ଭୂମି
ଖସିଗୁଡା, ଚିଲିଗୁଡା,
କଳାହାଣ୍ଡି –୧୪
———————————————————