ରାସ୍ତା ଉପରେ ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର : ଲୋକେ ଭୟଭୀତ, ଗମନାଗମନ ଠପ୍

ଲାଞ୍ଜିଗଡ଼,୭/୩ : ଲାଞ୍ଜିଗଡ଼-ବନ୍ଧପାରି ମୁଖ୍ୟ ଆର୍ଡି ରାସ୍ତାର ଗୋଇପଟା ଗ୍ରାମ ନିକଟରେ ଆଜି ସକାଳ ୧୧ଘଣ୍ଟା ସମୟରେ ବିଦ୍ୟୁତ ତାର ଛିଣ୍ଡିକି ପଡିଥିବା ଯୋଗୁଁ ୨ ଘଣ୍ଟା ପଯ୍ୟନ୍ତ ଯାତାୟତ ଠପ୍ ହୋଇ ଯାଇଥିଲା।ଫଳରେ ଆଜି ଶନିବାର ଲାଞ୍ଜିଗଡ଼ ସପ୍ତାହିକ ବଜାର ଯୋଗୁଁ ଲୋକେ ଭୟଭୀତ ହୋଇ ପଡ଼ିଥିଲା।ବିପିଏଲ ଲାଇନ ପାଇଁ ଦାଇତ୍ୱ ନେଇଥିବା ଠିକାଦାର ର ନିମ୍ନ ମାନର କାମଯୋଗୁଁ କେତେବେଳେ ତାର ଛିନ୍ଦୁଛିତ କେତେବେଳେ ପୋଲ ତଳେ କଂକ୍ରିଟ ନଥିବା ଯୋଗୁଁ ପୋଲ ତଳେ ପଡିଯାଉଛି। ଏହି ଘଟଣା ଯଦି ରାତିରେ ହୋଇଥାନ୍ତା ତାହାହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ହୋଇଥାନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ପରେ ଘଟଣା ଖବର ପାଇଲା ମାତ୍ରେ ଲାଞ୍ଜିଗଡ଼ ଟ୍ରକ୍ଚରରୁ ଅଞ୍ଚଳ ଦାୟିତ୍ୱରେ ଥିବା ଲାଇନ ମେନ ଆସି ଛିଣ୍ଡିଥିବା ତାରକୁ ଯୋଡିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.